ଭୁବନେଶ୍ବର, ୧୩।୧୦ :  ବଦଳିଲେ ଚୌଦ୍ବାର ସର୍କଲ ଜେଲ୍  ଜେଲର। ଚୌଦ୍ବାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲ୍‌କୁ ବଦଳି କରାଯାଇଛି। ସେହିପରି କଣ୍ଟାବାଞ୍ଜି ସବ୍‌ଜେଲ୍‌ର ଜେଲର ରଘୁରାଜ ମାଝୀଙ୍କୁ ଚୌଦ୍ବାର ସର୍କଲ ଜେଲ୍ ବଦଳି କରାଯାଇଛି। ଜେଲର ବଦଳି ନେଇ ଜେଲ ବିଭାଗ ପକ୍ଷରୁ ବିଜ୍ଞପ୍ତି  ଜାରି  କରାଯାଇଛି

​​​​​​​ସୂଚନାଯୋଗ୍ୟ ଯେ ଅକ୍ଟୋବର ୧ ତାରିଖରେ  ଚୌଦ୍ବାର ସର୍କଲ  ଜେଲରୁ  ଦୁଇ ଜଣ  ଅପରାଧି ଫେରାର ହୋଇଯାଇଥିଲେ। ଏହି ଦୁଇ ଅପରାଧୀ ହେଉଛନ୍ତି  କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ। ଏମାନଙ୍କୁ ଜାନୁଆରୀ ୪ରେ ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ସହ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଥିଲେ । ସେମାନଙ୍କୁ ଚୌଦ୍ବାରା ଜେଲରେ ରଖାଯାଇଥିଲା।  କଡ଼ା ପହରା ସତ୍ତ୍ବେ ଲୁହା ରଡ କାଟି କମ୍ବଳ ଜରିଆରେ ପାଚେରୀ ଡେଇଁ ଦୁଇ  ଅପରାଧି ଫେରାର ହୋଇଯାଥିଲେ।