PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଅଡୁଆରେ କ୍ରିସ୍ ଗେଲ୍; ବିଜୟ ମାଲ୍ୟାଙ୍କ ସହ ଫଟୋ ସେୟାର କରି ଲେଖିଲେ-ଚିୟର୍ସ…ତାପରେ…

ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲ ଏବେ ଅଡୁଆରେ। ଜୁଲାଇ ୧୩ରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହିତ ଟ୍ବିଟରରେ ଏକ ଫଟୋ ସେୟାର କରିଥିଲେ। ଯେଉଁ ଫଟୋରେ ଗେଲ ହସୁଥିବାର ନଜର ଆସୁଛନ୍ତି। ଗେଲ୍ ମାଲ୍ୟାଙ୍କ କାନ୍ଧ ଉପରେ ମଧ୍ୟ ହାତ ରଖିଛନ୍ତି। ଏହି ଫଟୋରେ ମାଲ୍ୟା ବି ହସୁଛନ୍ତି। ତାପରେ…

ଏକ କ୍ୟାପସନରେ ଲେଖାଯାଇଛି –ବିଗ୍ ବସ୍ ବିଜୟ ମାଲ୍ୟାଙ୍କ ମିଶି ଭଲ ଲାଗିଲା। ଚିୟର୍ସ…। ଗେଲ୍ ଆଇପିଏଲରେ ବିଜୟ ମାଲ୍ୟାଙ୍କ ଟିମ୍ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ଖେଳି ସାରିଛନ୍ତି। ୧୩ ତାରିଖ ଦିନ ଗେଲ୍ ଏବଂ ମାଲ୍ୟାଙ୍କ ବ୍ରିଟିଶ ଗ୍ରାଣ୍ଡ ପ୍ରିକ୍ସରେ ଭେଟ ହୋଇଥିଲା। ଉଭୟ ଫଟୋ ଉଠାଇଥିଲେ।

ଏହି ଫଟୋକୁ ଗେଲ୍ ଟ୍ବିଟ ମଧ୍ୟ କରିଛନ୍ତି। ଏହି ଫଟୋ ସେୟାର କରିବା ପରେ ହଜାର ହଜାର ଦର୍ଶକ କମେଣ୍ଟ ଦେବା ସହିତ ଖରାପ ଖରାପ ଟ୍ରୋଲ ମଧ୍ୟ କରିଛନ୍ତି। ଏହି କମେଣ୍ଟକୁ ଦେଖି ବିଜୟ ମାଲ୍ୟ ମଧ୍ୟ ରହିପାରିଲେ ନାହିଁ।

ଜବାବରେ ମାଲ୍ୟ କହିଛନ୍ତି, ମୋ ସାଙ୍ଗ ସହ ମିଶି ମୋତେ ବହୁତ ଖୁସି ଲାଗିଲା। ଯେଉଁ ଲୋକ ମୋତେ ଚୋର କହୁଛନ୍ତି ସେମାନେ ନିଜ ବ୍ୟାଙ୍କକୁ ପଚାରନ୍ତୁ କି ଯେତେବେଳେ ମୁଁ ୧୦୦ ପ୍ରତିଶତ ଟଙ୍କା ଫେରସ୍ତ କରୁଥିଲି ସେତେବେଳେ ସେମାନେ କାହିଁକି ନେଉନଥିଲେ। ଏବେ ନିଷ୍ପତ୍ତି ନିଅନ୍ତୁ ଚୋର କିଏ…?

https://twitter.com/Marwadi_gujju/status/1150079472567062533?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1150079472567062533&ref_url=https%3A%2F%2Fwww.thelallantop.com%2Fnews%2Fchris-gayle-post-photo-with-vijay-mallya-on-twitter-get-trolled%2F