ଭୁବନେଶ୍ୱର,୧୦/୦୩: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବୀ ପରୀକ୍ଷାର୍ଥୀଙ୍କୁ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ସିଏଚ୍ଏସ୍ଇର ଅଧିକାରୀଙ୍କ କହିବା କଥା, ପରିଷଦର ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମାତ୍ର ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା ପାଇଁ ସୁଯୋଗ ମିଳିବ । ଯଦି ଫେଲ୍ ହୋଇଥିବେ ତାଙ୍କୁ ଏଥିରେ ସାମିଲ କରାଯିବ ନାହିଁ । ସେମାନେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ । ଏହି ଉନ୍ନତି ପରୀକ୍ଷାର ୬୦ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ :- ଭୟଙ୍କର ରୂପ ନେଇ ଆସୁଛି ସୁପର ଏଲ୍- ନିନୋ: ହଜିଯିବ ମୌସୁମୀ ବର୍ଷା, ବଢ଼ିଯିବ ଖରା ପ୍ରକୋପ