ପାଟଣାଗଡ, ୧୧/୦୫: ପାଟଣାଗଡ଼ ଥାନା ଯୋଗିମୁଣ୍ଡା ସାପ୍ତାହିକ ଗୋରୁ ବଜାର ସମ୍ମୁଖରେ ଥିବା ମୂଖ୍ୟ ରାସ୍ତାର ବୁଲାଣିରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ଟ୍ରକ୍‌ ଚାଳକଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । 

ସୂଚନା ମୁତାବକ, ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଯୋଗିମୁଣ୍ଡା ସାପ୍ତାହିକ ଗୋରୁ ବଜାର ସମ୍ମୁଖରେ ଥିବା ମୂଖ୍ୟ ରାସ୍ତାର ବୁଲାଣିରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଟ୍ରକ୍‌ଟି ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ ଏହି ଅଘଟଣଟି ରାତ୍ରି ପାଖାପାଖି ଗୋଟାଏରେ ଘଟିଥିବାରୁ ଚାଳକର ନାମ ଜଣାପଡିନାହିଁ।