ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜୟପୁରରେ ଥିବା ଦୁଇଟି ହୋଟେଲକୁ ବୋମା ଧମକ, ହାଇ ଆଲର୍ଟ ଜାରି

Published By : Anindita Ratha | October 5, 2024 11:03 AM

ନୂଆଦିଲ୍ଲୀ,୦୫/୧୦: ରାଜସ୍ଥାନ ଜୟପୁରରେ ଥିବା ଦୁଇ ହୋଟେଲକୁ ବୋମା ଧମକ।  ଏନେଇ CISF ପାଖକୁ ଏକ ଅଜଣା ମେଲ୍‌ ଆସିଛି। ତୁରନ୍ତ ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇ ତନ ତନ କରି ସନ୍ଧାନ କରାଯାଇଥିଲା। ମାତ୍ର କୌଣସି ବୋମା କିମ୍ବା ବିସ୍ଫୋରକ ଦ୍ରବ୍ୟ ମିଳି ନ ଥିଲା। ତେବେ ଗତକାଲି ବେଙ୍ଗାଲୁରୁରେ ଥିବା ୩ ପ୍ରସିଦ୍ଧ କଲେଜକୁ ବୋମା ବିସ୍ଫୋରଣର ଧମକ ମିଳିଥିବା ବେଳେ ଏହାପରେ ରାଜସ୍ଥାନ ଜୟପୁରରେ ଥିବା ଦୁଇ ହୋଟେଲକୁ ମିଳିଛି ଧମକ ।

ଜୟପୁର ଏୟାପୋର୍ଟର SHO ସନ୍ଦୀପ ବସେରାଙ୍କ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ମେଲ୍‌ ପଠାଇଥିଲେ। ଉକ୍ତ ମେଲ୍‌ରେ ଦୁଇ ହୋଟଲକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ପୁଲିସ୍‌ ଏହି ମାମଲାର ଯାଞ୍ଚ କରୁଥିବା ବେଳେ ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ସନ୍ଧାନ କରୁଛି।ଗତକାଲି ବେଙ୍ଗାଲୁରୁର ୩ ପ୍ରତିଷ୍ଠିତ କଲେଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ବେଳେ ତା’ ପୂର୍ବରୁ ରାଜସ୍ଥାନର ହନୁମାନଗଡ଼ରେ ବହୁ ରେଳ ଷ୍ଟେଶନକୁ ଉଡ଼ାଇ ଦେବାର ଏକ ଚିଠି ମିଳିଥିଲା । ପ୍ରକାଶ ଥାଉକି, ଦୁଇଦିନ ପୂର୍ବରୁ ରାଜସ୍ଥାନର ହନୁମାନଗଡ଼ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ହନୁମାନଗଡ଼ ଷ୍ଟେସନ ମାଷ୍ଟରଙ୍କୁ ଡାକରୁ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ଲେଖାଥିଲା ଯେ ଅକ୍ଟୋବର ୩୦ ତାରିଖରେ ରାଜସ୍ଥାନର ଅନେକ ଷ୍ଟେସନକୁ ବୋମାରେ ଉଡାଇ ଦେବାକୁ ଲେଖାଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.