ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ରାସ୍ତା ପାଇଁ ଗୋଷ୍ଠୀ ସଙ୍ଘର୍ଷ, ୩ ଗୁରୁତର

ଢେଙ୍କାନାଳ, ୨୦/୧୧ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଭଙ୍ଗାମାଳ ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷ । ଗାଁ ରାସ୍ତାକୁ କେନ୍ଦ୍ରକରି ଗଷ୍ଠୀ ସଂଘର୍ଷ ହୋଇଛି। ଏହି ମାରପିଟ୍‌ରେ ୩ ଜଣ ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ଭଙ୍ଗାମାଳ ଗ୍ରାମରେ ଏକ ରାସ୍ତାକାମ କରାଯାଉଛି। ସେହି ରାସ୍ତାରେ ଗ୍ରାମର କିଛି ଲୋକଙ୍କର ନିଜସ୍ଵ ଜମି ଯାଉଥିବାରୁ ସେମାନେ ପୂର୍ବରୁ ବିରୋଧ କରିଆସୁଥିଲେ। ଆଜି ରାସ୍ତାକାମ ଚାଲିଥିବାବେଳେ ବିରୋଧ ହେବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନଙ୍କ ସହିତ ଜମି ହରାଇଥିବା ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଯେଉଁଥିରେ ଜମି ହରାଇଥିବା ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଭଙ୍ଗାମାଳ ଗ୍ରାମର ୨ ଭାଇ ପ୍ରତାପ ରାଉତ, ପ୍ରଶାନ୍ତ ରାଉତ ଏବଂ ତାଙ୍କ ଜ୍ଵାଇଁ କମିନିଙ୍ଗ ଗ୍ରାମର ଶେଷଦେବ ରାଉତ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛି ।

Copyright © 2022 - Summa Real Media Private Limited. All Rights Reserved.