ପ୍ରମୂଖ ଖବର
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

୩ ମାସର ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ; POCSO ଆକ୍ଟରେ ପ୍ରଧାନ ଶିକ୍ଷକ ଗିରଫ

Published By : Bijay Swain | July 30, 2025 4:55 PM

କୋନାସୀମା: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାର ରାୟବରମ ଅଞ୍ଚଳରୁ ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ବିଦ୍ୟାଳୟର ପ୍ରିନ୍ସିପାଲ୍ ଜଣେ ୯ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଅତ୍ୟାଚାର ଯୋଗୁଁ ପୀଡ଼ିତା ବର୍ତ୍ତମାନ ତିନି ମାସର ଗର୍ଭବତୀ ଅଛନ୍ତି। ଏହି ଘଟଣା ପ୍ରକାଶ ପାଇବା ପରେ ଅଭିଯୁକ୍ତ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ POCSO (Protection of Children from Sexual Offences) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜୟରାଜୁ ଗତ ୪ ମାସ ତଳୁ ପୀଡ଼ିତାଙ୍କ ସହ ଯୌନ ଉତ୍ପୀଡନ କରି ଆସୁଥିଲେ। ଏହାପରେ ସେ ଛାତ୍ରୀଙ୍କୁ ବାରମ୍ୱାର ଧମକ ଦେଇ ଏହି ଘଟଣା ବିଷୟରେ କାହାକୁ ନ ଜଣେଇବାକୁ ଚେତାବନୀ ଦେଇଥିଲେ। ସେ ଧମକ ଦେଇ କହିଥିଲେ ଯେ, ଯଦି ସେ ଏହା ବିଷୟରେ କାହାକୁ କହିବ, ତେବେ ତାଙ୍କୁ ହତ୍ୟା କରାଯିବ। ଏହି ଭୟରେ ପୀଡ଼ିତା ଦୀର୍ଘଦିନ ହେବ ଚୁପ୍‌ ରହିଥିଲେ। କିନ୍ତୁ ସେ ଗର୍ଭବତୀ ହେବା ଜଣା ପଡିବା ପରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି।

ପୀଡ଼ିତାଙ୍କ ପରିବାର ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପୋଲିସରେ ଏନେଇ ଅଭିଯୋଗ ଦାୟର କରିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ତଦନ୍ତ ଜାରି ରହିଛି ଏବଂ ପୀଡ଼ିତାଙ୍କୁ ଚିକିତ୍ସା ଓ ଆଇନଗତ ସହାୟତା ଯୋଗାଇ ଦିଆଯାଉଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି। ଯେଉଁଠାରେ ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି କରୁଛନ୍ତି। ତେବେ ଏହି ଘଟଣା ବିଦ୍ୟାଳୟମାନଙ୍କରେ ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଆହୁରି କଡ଼ା ପଦକ୍ଷେପ ନେବାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.