ପ୍ରମୂଖ ଖବର
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ସଫେଇ କର୍ମଚାରୀ ସଂଘ ସଭାପତିଙ୍କୁ ହତ୍ୟା: ଲମ୍ବି ଚାଲିଛି ଅଭିଯୁକ୍ତଙ୍କ ତାଲିକା, ପୁଲିସ ସ୍କାନରରେ ଆଉ ୪ ଜଣ

Published By : Prameya | January 13, 2025 12:16 PM

ଭୁବନେଶ୍ୱର,୧୩/୦୧: ସଫେଇ  କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ କେତେ ଶତ୍ରୁ? ତାହା ଏବେ ବି  ପ୍ରଶ୍ନବାଚୀ । ମଞ୍ଚେଶ୍ୱର ଥାନା ପୁଲିସ ୫ଜଣଙ୍କୁ ଗିରଫ କରିସାରିଛି । ଫେରାର୍‌ ସୁଶାନ୍ତ ନାୟକ ହତ୍ୟାରେ ସିଧାସଳଖ ସମ୍ପୃକ୍ତ ଥିବା ପୁଲିସ ଦର୍ଶାଇଛି । ତଥାପି ସହଦେବଙ୍କ ଶତ୍ରୁ ତାଲିକା ବଢ଼ିଚାଲିଛି । ସହଦେବଙ୍କ ପତ୍ନୀ ସୁନିତାଙ୍କ ଏତଲାକ୍ରମେ ଆହୁରି ୪ଜଣଙ୍କ ସମ୍ପୃକ୍ତିର ଗନ୍ଧ ବାରିଛି ପୁଲିସ । ହତ୍ୟାରେ ସେମାନଙ୍କ  ଭୂମିକା ନେଇ ପୁଲିସ ତନାଘନା କରୁଛି ।    

କେଦାରପଲ୍ଲୀ ବସ୍ତିର ଲେଡି ଡନ୍‌ ରମା ନାୟକ ଓ ତା’ ପୁଅ ନିଲୁ ସମେତ ହୀରା ନାୟକ ଓ ସୁଲେଇ ନାୟକଙ୍କୁ ହତ୍ୟାରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି  ସୁନିତା । ରମା ଓ ନିଲୁ ଦୋଷୀ ବୋଲି ସେ  ଗଣମାଧ୍ୟମ ସାମ୍ନାରେ ସିଧାସଳଖ  ଅଭିଯୋଗ କରିଛନ୍ତି । ଉଭୟଙ୍କର  ଲମ୍ବା ଅପରାଧିକ ଇତିହାସ  ରହିଛି । ଏକ ହତ୍ୟା ମାମଲାରେ  ନିଲୁକୁ ୧୦ ବର୍ଷ ତଳେ କ୍ୟାପିଟାଲ  ଥାନା ପୁଲିସ ଗିରଫ କରିଥିଲା ।  ବସ୍ତିରେ ଚାଲିଥିବା ବ୍ରାଉନ୍‌ସୁଗର  କାରବାରରେ ମା’-ପୁଅଙ୍କ ସମ୍ପୃକ୍ତି  ଅଛି । ଉଭୟେ ନିଶା କାରବାର ଅଭିଯୋଗରେ  ଜେଲ୍‌ ବି ଯାଇଛନ୍ତି । ଧଳାଜହରକୁ  ବିରୋଧ କରୁଥିବାରୁ ଦୀର୍ଘ ଦିନ ଧରି ମା’- ପୁଅଙ୍କ ସହ ସହଦେବଙ୍କ ଶତ୍ରୁତା ଥିଲା ।    

ଅନ୍ୟପଟେ ସହରର ସଫେଇ କର୍ମଚାରୀମାନଙ୍କ ବଳ ସାଜିଥିଲେ ସହଦେବ । ସେମାନଙ୍କ ଅଘଟଣ ବେଳେ ସବୁବେଳେ ପାଚେରି ସାଜି ଛିଡ଼ା ହେଉଥିଲେ । ତେଣୁ ସହଦେବଙ୍କ ବିନା ଅନ୍ୟ କାହାରିକୁ ସଂଘର ନେତୃତ୍ୱ ଦେବାକୁ ସଫେଇ କର୍ମଚାରୀମାନେ ଚାହୁଁନଥିଲେ । କିନ୍ତୁ ସଫେଇ ସଂଘର ନେତା ସାଜିବା ଲାଳସା ଯୋଗୁ ସହଦେବଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ ମା’- ପୁଅ । ସଂଘରେ ଦବ୍‌ଦବା ଜାହିର୍‌ କରିବାକୁ ଚାହୁଁଥିବା ଫେରାର୍‌ ସୁଶାନ୍ତ ଓ ତା’ ଭଣଜା ରକି ମଧ୍ୟ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍‌ ହୋଇଥିଲେ । ଏତଲା କପିରେ ଦର୍ଶାଯାଇଥିବା  ଅନ୍ୟ ୨ ଅଭିଯୁକ୍ତ ମଧ୍ୟ ନିଶା କାରବାରକୁ ବିରୋଧ କରୁଥିବା ସହଦେବଙ୍କୁ ଶତ୍ରୁ ବନାଇ ଦେଇଥିଲେ । ସେପଟେ ପୁଲିସ ମାମଲାରେ  ୨ଜଣଙ୍କୁ ଅଟକ ରଖି ଜେରା କରୁଛି ।

କେତେ ମୁଣ୍ଡ ଗଡିଲେ ଚେତିବ ପୁଲିସ ? 

ବ୍ରାଉନସୁଗର ବେପାରରେ ମାତିଥିବା ଲେଡି ଡନ୍‌ ରଞ୍ଜୁର ୟୁନିଟ୍‌-୮  ନାରାୟଣୀ ବସ୍ତିରେ ଢ଼େର୍‌ ପତିଆରା ଥିଲା । ନିଶା କୁଇନ୍‌ ସାଜିଥିବା ରଞ୍ଜୁର ଦବ୍‌ଦବା ଏମିତି ବଢ଼ିଯାଇଥିଲା ଯେ, ବସ୍ତିରେ ଘଟୁଥିବା  ଝଗଡ଼ା ସବୁକୁ ତା’ର କଙ୍ଗାରୁ କୋର୍ଟରେ ମିମାଂସା ହେଉଥିଲା । ଧଳାଜହରକୁ ବିରୋଧ କରିବାରୁ ୨୦୨୨ ସେପ୍ଟେମ୍ବର ୯ରେ ପି.  ସୁବ୍ରତ ରାଓ ଓରଫ ଚନ୍ଦୁକଏ ହତ୍ୟା କରାଗଲା । କ୍ୟାପିଟାଲ  ଥାନା ପୁଲିସ ରଞ୍ଜୁ ଓ ତା’ ପୁରୁଷବନ୍ଧୁ କାହ୍ନା ନାୟକ ଗିରଫ  କରିଥିଲା । ୨୦୨୩ ସେପ୍ଟେମ୍ବରରେ ହତ୍ୟାକାରୀ କାହ୍ନାକୁ ଆଜୀବନ  ସଜା ହୋଇଛି। ଏହାପୂର୍ବରୁ ୨୦୧୮ରେ ଖଣ୍ଡଗିରି ସରକନ୍ତରାରେ  ବ୍ରାଉନସୁଗର ବେପାରକୁ ବିରୋଧ କରୁଥିବା ମିଟୁକୁ ଗୁଳି  କରି ହତ୍ୟା କରାଯାଇଥିଲା । ସେହିପରି ୨୦୨୦ ସେପ୍ଟେମ୍ବର  ୯ ତାରିଖରେ ଭରତପୁର ଥାନା ଅଞ୍ଚଳରେ ନାବାଳକ ଅଶ୍ୱିନୀ  ପାଢ଼ୀଙ୍କୁ ହତ୍ୟା କରାଯାଇଥିଲା । ଧଳାଜହର କାରବାରରୁ ଆଉ  କେତେ ମୁଣ୍ଡ ଗଡି଼ଲେ, ପୁଲିସ ଚେତିବ ବୋଲି ପ୍ରଶ୍ନ ଉଠିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.