PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପ୍ରସିଦ୍ଧ ଖେଳାଳିଙ୍କ ସହ କ୍ରିକ୍ରେଟ୍ ଗ୍ରାଉଣ୍ଡରେ ନଜର ଆସିଲେ ସିଏମ୍‌ ଗେହଲଟଙ୍କ ନାତୁଣୀ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ

ନୂଆଦିଲ୍ଲୀ ୦୭/୧୦: ରାଜସ୍ଥାନ ସିଏମ ଅଶୋକ ଗେହଲଟଙ୍କ ରାଜନୈତିକ ଆଲୋଚନା ମଧ୍ୟରେ ଆଜିକାଲି ତାଙ୍କ ନାତୁଣୀ କାଶ୍ୱିନିଙ୍କ ଚର୍ଚ୍ଚା ଜୋର୍ ଧରିଛି। ସିଏମ ଗେହଲଟଙ୍କ ବୋହୂ ହିମାଂଶୀ ତାଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। କାଶ୍ୱିନୀଙ୍କ ଫଟୋକୁ ଖୁବ୍ ପସନ୍ଦ କରାଯାଉଛି।

In Photos: क्रिकेट ग्राउंड पर नामी प्लेयर्स के साथ दिखीं सीएम गहलोत की पोती, फोटो सोशल मीडिया पर वायरल

ସୂଚନା ଅନୁସାରେ, ରାଜସ୍ଥାନର ଯୋଧପୁରର ବାରକାଟୁଲ୍ଲା ଖାନ ଷ୍ଟାଡିୟମରେ ୨୦ ବର୍ଷ ପରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ୩୫ ବର୍ଷ ପରେ ଏହା ପ୍ରଥମ ଥର ଥିଲା ଯେ ଏଠାରେ କ୍ରମାଗତ ଚାରି ଦିନ ମ୍ୟାଚ୍ ହୋଇଥିଲା। ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା । ଏହି ଉତ୍ସାହ ସହିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପରିବାର ମଧ୍ୟ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ।

In Photos: क्रिकेट ग्राउंड पर नामी प्लेयर्स के साथ दिखीं सीएम गहलोत की पोती, फोटो सोशल मीडिया पर वायरल

ରାଜସ୍ଥାନ କ୍ରିକେଟ୍ ଆସୋସିଏସନର ସଭାପତି ବୈଭବ ଗେହଲଟଙ୍କ ସହ ତାଙ୍କ ପତ୍ନୀ ହିମାଂଶୀ ଏବଂ ଝିଅ କାଶ୍ୱିନୀ ମଧ୍ୟ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ। ହିମାଂଶୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମ୍ୟାଚ୍ ସମୟର ଫଟୋ ପୋଷ୍ଟ କରିଛନ୍ତି।

In Photos: क्रिकेट ग्राउंड पर नामी प्लेयर्स के साथ दिखीं सीएम गहलोत की पोती, फोटो सोशल मीडिया पर वायरल

ଫଟୋଗୁଡ଼ିକରେ କାଶ୍ୱିନୀ କ୍ରିକେଟ୍ ପଡ଼ିଆରେ ଟସ୍ ସମୟରେ ତାଙ୍କ ବାପା ବୈଭବ ଗେହଲଟଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ପ୍ରସିଦ୍ଧ ବୋଲର ହରଭଜନ ସିଂହ ଅନ୍ୟ କ୍ରିକେଟରଙ୍କ ସହ ହାତ ମିଳାଇଥିବା ଦେଖାଯାଇଛି।  

In Photos: क्रिकेट ग्राउंड पर नामी प्लेयर्स के साथ दिखीं सीएम गहलोत की पोती, फोटो सोशल मीडिया पर वायरल

ଫଟୋ ସେୟାର କରି ହିମାଂଶୀ ଲେଖିଛନ୍ତି, ‘୨୦ ବର୍ଷ ପରେ ଆମ ଯୋଧପୁରରେ ମ୍ୟାଚ୍ ହେଉଛି। ଆପଣଙ୍କ ମହାନ ଉଦ୍ୟମ ପାଇଁ ଧନ୍ୟବାଦ ବୈଭବ ଜୀ।’

ସମ୍ବନ୍ଧିତ ଖବର