ବରଗଡ଼/ସୋହେଲା,୦୮/୧୨: ଦୀର୍ଘ ଅପେକ୍ଷାର ଅନ୍ତ । ଚାଷୀଙ୍କ ଖାତାକୁ ଗଲା  ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି (ବୋନସ୍‌) । ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ସୋହେଲା ଚାଷୀ ସମାବେଶରେ ରାଜ୍ୟସ୍ତରୀୟ ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସମାବେଶରେ  ଇନ୍‌ପୁଟ୍‌ ସବ୍‌ସିଡି ବଣ୍ଟାଯାଇଛି। 

୨୦୨୪ ସାଧାରଣ ନିର୍ବାଚନରେ ଭାଜପା  ବଡ଼ ଘୋଷଣା କରିଥିଲା । ଓଡ଼ିଶାରେ  କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦  ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ । ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ କଲେ ମୋହନ ସରାକର। ଏକ କ୍ୱିଣ୍ଟାଲ ଧାନ ବାବଦରେ  ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ଏଥିରେ ୮ ଶହ ଟଙ୍କା ଯୋଡ଼ି ଇନପୁଟ ସବ୍‌ସିଡି ଚାଷୀଙ୍କୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ କରାଯାଇଛି।