ସମ୍ୱଲପୁର, ୧୦।୧: ଦୁଇ ଦିନିଆ ସମ୍ୱଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ସମ୍ବଲପୁର ଗସ୍ତ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କଲେ । କହିଲେ ମା’ଙ୍କ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ରାଜ୍ୟର ପ୍ରଗତି ଓ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ମା'ଙ୍କ ନିକଟରେ ଗୁହାରି କଲି । ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ପାଇଁ ମା' ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏତିକି କାମନା । ସମ୍ୱଲପୁରରେ ଇ-ବସ୍ ସେବାର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ ।