ଭୁବନେଶ୍ବର, /୨ : ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଜନଶୁଣାଣି ପୋର୍ଟାଲ ଏବଂ ଡାକ ଯୋଗେ ଆସିଥିବା ଅଭିଯୋଗର ସମାଧାନ କରାଯାଇଛି । ବକେୟା ଅଭିଯୋଗ ଗୁଡିକ ପ୍ରୋସେସ୍‌ରେ ଅଛି। ପ୍ରଥମ ଥର ହେଉ କି ଏକାଧିକ ଥର କିମ୍ବା ବ୍ୟକ୍ତିଗତ ହେଉ କି ସାମୁହିକ ଅଭିଯୋଗ । ସମସ୍ତ ଅଭିଯୋଗକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୬ ବର୍ଷରେ ଦ୍ୱିତୀୟ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସ୍ଥାୟୀ ସମାଧାନ ପାଇଁ ମଧ୍ୟ ଦେଲେ ପ୍ରତିଶ୍ରୁତି । ପ୍ରଥମ ଥର ହେଉ କି ଏକାଧିକ ଥର କିମ୍ବା ବ୍ୟକ୍ତିଗତ ହେଉ କି ସାମୁହିକ ଅଭିଯୋଗ । ସମସ୍ତ ଅଭିଯୋଗକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଇୟେ ହେଉଛନ୍ତି କେନ୍ଦ୍ରାପଡ଼ାର ବାପା ଛେଉଣ୍ଡ ସତ୍ୟଜ୍ୟୋତି ମିଶ୍ର । ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ତାଙ୍କୁ ଚାକିରି ପ୍ରଦାନ ପାଇଁ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। କୋଭିଡ ବେଳେ ଡ୍ୟୁଟି କରୁଥିବା ସମୟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି। ସତ୍ୟଙ୍କ ସହ ଅନେକ ବାପା ମା ଛେଉଣ୍ଡ  ମଧ୍ୟ ମୂଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ ଜଣାଇଛନ୍ତି ।

 ସମସ୍ତେ ଦାବି କରିଛନ୍ତି ୧୯୯୦ ମସିହା ଅନୁକମ୍ପାମୂଳକ ଯୋଜନା ଅନୁଯାୟୀ ତାଙ୍କୁ ଚାକିରି ପ୍ରଦାନ। ଗତକାଲି ସତ୍ୟ ଙ୍କ ଭଳି କଟକ ବାଙ୍କୀ ର ବେକାରୀ ଯୁବକ ଅମିୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ମୁଖ୍ୟ ମନ୍ତ୍ରୀ ଙ୍କୁ ଅବଗତ କରାଇଥିବା କହିଚନ୍ତି। ଆଜି କଟକ ବଡ଼ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଇୟେ ହେଉଛନ୍ତି ଭୁବନେଶ୍ୱର ଭରତପୁରର ଦିବ୍ୟାଙ୍ଗ ସିମାଞ୍ଚଳ ବିନ୍ଧାଣୀ । ୪ ବର୍ଷ ହେଲା ଉଜ୍ଜ୍ୱଲା ଗ୍ୟାସ ପାଇ ଆବେଦନ କରିଛନ୍ତି କିନ୍ତୁ ମିଳି ନାହିଁ। ତେବେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କୁ ଉଜ୍ଜ୍ୱଳା ଗ୍ୟାସ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେଇଛନ୍ତି। ଆଉ ଜଟଣୀରୁ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଆଦିକନ୍ଦ ସାହୁ ଭତ୍ତା ସମସ୍ୟା ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି।

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ପକ୍ଷରୁ ଥାନାରେ ଗୃହରକ୍ଷୀଙ୍କୁ କରାଯାଉଥିବା ଦୁର୍ବ୍ୟବହାର କୁ ନେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି। ଥାନାରେ ତାଙ୍କୁ ଉଚିତ୍ ସମ୍ମାନ ମିଳୁନାହିଁ। ଘରୋଇ କାମରେ ନିୟୋଜିତ କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ତେଣୁ ତାଙ୍କ ଉପରେ ହେଉଥିବା ଜୁଲମକୁ ବନ୍ଦ କରିବା ପାଇଁ ଦାବି ରଖିଛନ୍ତି। ଯେଉଁ ମାନଙ୍କ ସମସ୍ୟା ସମାଧାନ ଆଜି ହୋଇପାରି ନାହିଁ ସେମାନଙ୍କ ଅଭିଯୋଗର ସମସ୍ୟା ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି।

​​​​​​​ଏହାସହ ପଢ଼ନ୍ତୁ : ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ମିଳିଲା ହତ୍ୟା ଧମକ, ଡିଜିପିଙ୍କ ନିକଟରେ ଫେରାଦ