ଖଣ୍ଡୱା : ମଧ୍ୟ ପ୍ରଦେଶର ଖଣ୍ଡୱାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ହେଲିକପ୍ଟରର ଉଡ଼ାଣ ବେଳେ କିଛି କ୍ଷଣ ପାଇଁ ଲୋକଙ୍କ ନିଃଶ୍ୱାସ ଅଟକି ଗଲା , ଯେବେ ଟେକ୍ ଅଫ୍ର ତୁରନ୍ତ ପରେ ଏହା ଆଗକୁ ବଢିବା ବଦଳରେ ପଛକୁ ଯିବାକୁ ଲାଗିଲା। ଉକ୍ତ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଘଟଣା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ସିଏମ୍ଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ଯାଇ ଥିଲେ। ଏହି ଘଟଣା ନିକଟରେ ସେତେବେଳେ ହେଲା ,ଯେବେ ସିଏମ୍ ମୋହନ ଯାଦବ ଖଣ୍ଡୱା ଜିଲ୍ଲାର ପନ୍ଧାନାରେ ଲାଡଲୀ ବହନା ଯୋଜନାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚି ଥିଲେ।
ଆହୁରି ମଧ୍ୟ ପଢନ୍ତୁ : ପ୍ରେମୀଯୁଗଳଙ୍କୁ ହତ୍ୟା : ମେଡିସିନ୍ ଷ୍ଟୋରରୁ ଆରମ୍ଭ ହୋଇଥିବା ପ୍ରେମ, ମଦ ପାର୍ଟିରେ ଶେଷ....
ନ୍ୟୁଜ୍ -୧୮ ର ରିପୋର୍ଟ ମୁତାବିକ, ଖଣ୍ଡୱାର ପନ୍ଧାନାରେ ଉଡ଼ାଣ ଭରିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କର ହେଲିକପ୍ଟର ଆଗକୁ ଯିବା ବଦଳରେ ପଛକୁ ଓ ତଳ ଆଡ଼କୁ ଯିବାକୁ ଲାଗିଲା। ଏହି ସିନ୍ ଦେଖି ସେଠାରେ ଥିବା ଲୋକେ ଓ ସୁରକ୍ଷାକର୍ମୀ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ପାଇଲଟ ବୁଦ୍ଧି ଖଟେଇ ହେଲିକପ୍ଟରକୁ ସମ୍ଭାଳି ନେଇଥିଲେ। ଶେଷରେ ହେଲକପ୍ଟର ସୁରକ୍ଷିତ ରୂପେ ବାୟୁରେ ସନ୍ତୁଳନ ରଖି ଯେବେ ଆଗକୁ ନିଜର ଯାତ୍ରା ପାଇଁ ପ୍ରସ୍ଥାନ କଲା ତ ଲୋକେ ଆଶ୍ୱସ୍ତି ଅନୁଭବ କଲେ।
ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶନିବାର ଖଣ୍ଡୱା ଜିଲ୍ଲାର ପନ୍ଧାନାରେ ଲାଡଲି ବହନା ସ୍କିମର ୩୩ ତମ କିସ୍ତ ଜାରିଛନ୍ତି। ସେ କହିଛନ୍ତି ଯେ, ମହା ଶିବରାତ୍ରୀ ପୂର୍ବରୁ ଭଉଣୀଙ୍କୁ ଆର୍ଥିକ ସାହାଯ୍ୟ ଭାବେ ୧,୫୦୦ ଟଙ୍କାର ଉପହାର ମିଳୁଛି। ମହିଳାଙ୍କୁ ଆର୍ଥିକ ରୂପେ ମଜବୁତ କରିବା ପାଇଁ ସରକାରଙ୍କର ପାଖରେ ଫଣ୍ଡର କୌଣସି ଅଭାବ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ମହିଳାଙ୍କ ଉନ୍ନତି ପାଇଁ ସଂପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ କ୍ଲିକ୍ରେ ୧.୨୫ କୋଟିରୁ ଅଧିକ ହିତାଧିକାରୀ ଆକାଉଣ୍ଟରେ ମୋଟ ୧,୮୩୬ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ସ୍କିମ୍ ଅନୁସାରେ ଏବେ ସୁଦ୍ଧ ୫୨,୩୦୪ କୋଟି ବଣ୍ଟା ଯାଇ ସାରିଛି। ରାଜ୍ୟ ପ୍ରତି ପଦକ୍ଷେପରେ ମହିଳାଙ୍କ ସହ ଠିଆ ହୋଇଛନ୍ତି।