PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବାର୍ଦ୍ଧକ୍ୟ ଭତ୍ତା ବଢ଼ିଲା ୨୦୦ ଟଙ୍କା

ଭୁବନେଶ୍ୱର,୧୯ ।୧(ବ୍ୟୁରୋ): ଭୋଟ ପୂର୍ବରୁ ବଢ଼ିଛି ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତାରେ ୨ ଶହ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ୩ ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫ ଶହ ଟଙ୍କା ପାଇବେ । ୮୦ ବର୍ଷରୁ ଉଦ୍ଧ୍ୱର୍ ବୟସର ହିତାଧିକାରୀମାନେ ୫ ଶହ ବଦଳରେ ପାଇବେ ୭ ଶହ ଟଙ୍କା । ଏହାଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଆସନ୍ତା ଫେବ୍ରୁଆରୀରୁ ମଧୁବାବୁ ପେନସନ ଯୋଜନାରେ ଏହି ବର୍ଦ୍ଧିତ ଭତ୍ତା ମିଳିବ ।
ଶନିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସାମାଜିକ ସୁରକ୍ଷା ଭତ୍ତାରେ ୨୦୦ ଟଙ୍କା ବଢ଼ିଲା ବୋଲି ଘୋଷଣା କରିଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସାମାଜିକ ସୁରକ୍ଷା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇଆସିଛି । ସାମଜର ଗରିବ ଲୋକଙ୍କ କଲ୍ୟାଣ କଥା ମୁଁ ସବୁବେଳେ ଚିନ୍ତା କରୁଛି । ମୁଁ ଚାହେଁ ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀ ସାମାଜିକ ସୁରକ୍ଷା ପାଆନ୍ତୁ । ତାକୁ ଦୃଷ୍ଟିରେ ରଖି ନିକଟରେ ଆମେ ମଧୁବାବୁ ପେନସନ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ୍‌ କରିଛୁ ।
ଲୋକଙ୍କ ସହ ଆଲୋଚନା ବେଳେ ନବୀନ କହିଲେ, ଆପଣମାନଙ୍କ କଲ୍ୟାଣ ପାଇଁ ଆପଣ ପାଉଥିବା ଭତ୍ତାରେ ଅଧିକ ୨ ଶହ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟର ୪୮ ଲକ୍ଷ ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ସମସ୍ତେ ଏ ଭତ୍ତା ବୃଦ୍ଧି ଦ୍ୱାରା ଉପକାର ପାଇବେ । ଗରିବ ଲୋକଙ୍କ କଲ୍ୟାଣ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ । ଆପଣମାନେ ଭଲରେ ରହିଲେ, ତାହା ମୋର ସବୁଠାରୁ ବଡ଼ ଖୁସି ।
ଉଲ୍ଲେଖଯୋଗ୍ୟ, ଦୀର୍ଘବର୍ଷ ହେବ ଭତ୍ତା ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲା । ଏହି ଦାବିକୁ ବିଚାର କରି ମୁଖ୍ୟମନ୍ତ୍ରୀ ଏଥିରେ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା ପରେ ହିତାଧିକାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ନିକଟରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ବହୁ ନୂଆ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିଛନ୍ତି । ‘କାଳିଆ’ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଥିଲା ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା ବଢ଼ାଇଛନ୍ତି । ‘ଆମ ଘରେ ଏଲଇଡି’ ଯୋଜନାରେ ମାଗଣା ବଲ୍‌ବ ବଣ୍ଟନ ସହ ସୁନେତ୍ରରେ ମାଗଣା ଚଷମା ଦେବାକୁ ଘୋଷଣା କରିଛନ୍ତି । ମହିଳା ଏସଏଚଜିଗୁଡ଼ିକୁ ବିନା ସୁଧରେ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଣିକି ରକ୍ତଭଣ୍ଡାରରୁ ମାଗଣା ରକ୍ତ ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।