ନୂଆଦିଲ୍ଲୀ,୯।୧୦: ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଜଣେ ନାଗା ବ୍ୟକ୍ତିଙ୍କ ଖପୁରୀର ପ୍ରସ୍ତାବିତ ନିଲାମୀକୁ ବିରୋଧ କରିଛନ୍ତି। ସେ ଏହାକୁ ‘ମାନବିକତାର ଅପମାନ’  ଓ ‘ଔପନିବେଶ ହିଂସାର ନିରନ୍ତର ସ୍ବରୂପ’ ବୋଲି କହିଛନ୍ତି। ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ଓ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ଦାବି କରିଛନ୍ତି। ଉନବିଂଶ ଶତାବ୍ଦୀରେ ଶିଙ୍ଘ ଥିବା ନାଗା ଖପୁରୀକୁ ପ୍ରତିଷ୍ଠିତ  ୯ ଅକ୍ଟୋବରରେ ନିଲାମୀ କରିବାର ଯୋଜନା କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ  ୪୯୪୬୩୪ ଟଙ୍କା ବୋଲି ଜଣାପଡିଛି। ତେବେ ଏହି ନିଲାମୀକୁ ନେଇ ଆପତ୍ତି ପରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବସ୍ତୁର ନିଲାମୀ ସୂଚୀରୁ ହଟାଇ ଦିଆଯାଇଛି।

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ରିଓ  ଏହି ପଦକ୍ଷେପ ସେହି ସମୟରେ ଉଠାଇଛନ୍ତି ଯେତେବେଳେ ଫୋରମ୍ ଫର ନାଗା ରିକନସିଲେସନ୍ (ଏଫ୍‌ଏନ୍‌ଆର) ସୋମବାର ତାଙ୍କୁ ଏହି ମାମଲା ବିଷୟରେ ଲେଖିଥିଲା। ଏହି ଫୋରମ୍‌ରେ ଚର୍ଚ୍ଚର ନେତା ଓ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ରହିଛନ୍ତି। ବୈଦେଶିକ ମନ୍ତ୍ରୀଙ୍କୁ ଲେଖିଥିବା ନିଜ ପତ୍ରରେ ରିଓ କହିଛନ୍ତି, ଏହି ନିଲାମୀ ନାଗାଲାଣ୍ଡର  ସବୁ ବର୍ଗ ଦ୍ବାରା ‘ନକାରତ୍ମକ ରୂପରେ ଦେଖାଯାଉଛି। କାରଣ ଆମର ଲୋକଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଭାବନାତ୍ମକ ଓ ପବିତ୍ର ପ୍ରସଙ୍ଗ।

ଚିଠିରେ ସେ ଲେଖିଛନ୍ତି, ଆପଣ ସହମତି ପ୍ରକାଶ କରିବେ କି ଜଣେ ମୃତ ବ୍ୟକ୍ତିଙ୍କ ଅବଶେଷକୁ ନିଲାମୀ  କରିବା ମାନବିକତା କି ? ଏହାଛଡା ମାନବ ଅବଶେଷର ନିଲାମୀ ଲୋକଙ୍କ ଭାବନାକୁ ପ୍ରଭାବିତ କରିଛି। ଏହା ଅମାନବୀୟ କାର୍ଯ୍ୟ ଓ ଏହାକୁ ଆମ ଲୋକଙ୍କ ଉପରେ ଜାରି ଔପନିବେଶ ହିଂସା ରୂପରେ ଦେଖାଯାଏ।। ରିଓ ବୈଦେଶିକ ମନ୍ତ୍ରଣାଳୟକୁ ଅପିଲ କହିଛନ୍ତି ସେ ଏହି ପ୍ରସଙ୍ଗକୁ ବ୍ରିଟେନ୍‌ରେ ଭାରତୀୟ ହାଇକମିଶନଙ୍କ ନିକଟରେ ଉଠାଇଛନ୍ତି ଓ ନିଲାମୀ କରିବାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଆମେ ଭାରତ ସରକାରଙ୍କୁ ନିବେଦନ କରୁଛୁ ଆମ ଲୋକଙ୍କର ଅଧିକାର ଓ ଭାବନାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉ।’