PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ: ୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ, ଭିତ୍ତିପ୍ରସ୍ତର

ପାରଳାଖେମୁଣ୍ଡି/ମୋହନା, ୭ା୨(ଆପ୍ର): ମୁଖ୍ୟମନ୍ତ୍ରୀ- ବହୁ ପ୍ରକଳ୍ପ ଓ ଭିତ୍ତିପ୍ରସ୍ତର କରାଯାଇଛି । ଆପଣମାନେ ଖୁସି ତ? । ମଞ୍ଚ ସମ୍ମୁଖରୁ ଉତ୍ତର ଆସିଥିଲା ହଁ… । ମୁଖ୍ୟମନ୍ତ୍ରୀ କହିଲେ ଧନ୍ୟବାଦ । ବୌଦ୍ଧ ଧର୍ମ ସହ ଓଡ଼ିଶାର ସଂପର୍କ ବହୁ ପୁରୁଣା । ବୌଦ୍ଧ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ସଦାସର୍ବଦା ଉଦ୍ୟମ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଭିତ୍ତିିପ୍ରସ୍ତର ସ୍ଥାପନ ଏବଂ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୪୫ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଆସି ପଦ୍ମସମ୍ଭବ ମହାବିହାର ନିକଟ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ । ପରେ ବୌଦ୍ଧ ମନ୍ଦିରକୁ ଯାଇ ବୁଦ୍ଧଙ୍କ ଦର୍ଶନ କରିଥିଲେ । ୬୬.୬୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨୯ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୧୩.୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯୮ପ୍ରକଳ୍ପ ପାଇଁ ଶୁଭ ପ୍ରଦାନ କରିଛନ୍ତି । ପରେ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳକୁ ନିଆଯାଇଥିଲା । ପଦ୍ମ ସାଗରରେ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଜିରାଙ୍ଗ ବୌଦ୍ଧ ମନ୍ଦିରର ମୁଖ୍ୟ ଗୁରୁଜୀ ଖେମ୍ପୋ ପେମା ତେମ୍ପଲଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଥିବା ବହୁ ବୌଦ୍ଧ କୀର୍ତ୍ତିର ସୁରକ୍ଷା ଏବଂ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ କରିଆସିଛନ୍ତି ବୋଲି କହିଛନ୍ତି । ସଭାକାର୍ଯ୍ୟ ପ୍ରାୟ ସାଢ଼େ ୧୨ଟାରେ ଶେଷ ହେବାପରେ ଭୁବନେଶ୍ୱର ଫେରିଯାଇଥିଲେ ।
ତିବ୍ଦତୀୟାନ ହୋମ ମିନିଷ୍ଟର ସୋନାମ ତେପଗେଲ, ମୁଖ୍ୟ ଗୁରୁଜୀ ନାମଖା ଡ୍ରିମ ରିମ୍ପୋଛେ, ଜିରାଙ୍ଗ ମନ୍ଦିର ମୁଖ୍ୟ ଗୁରୁଜୀ ଜୀଗମେ ରିମ୍ପୋଛେ, ଗୁରୁଜୀ ସାକ୍ୟୁଙ୍ଗ ରିମ୍ପୋଛେ, ତିବ୍ଦତୀୟ ପ୍ରଶାସନିକ ପ୍ରତିନିଧି ଛୁନୁର ସାଣ୍ଡୁକ୍‌ ପ୍ରମୁଖ ଯୋଗଦେଇ ତିବ୍ଦତୀୟମାନଙ୍କୁ ଶରଣ ଦେଇଥିବା ଏବଂ ଆଜି ଯାଏଁ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଥିବା ଉଭୟ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏସ୍‌ପି ଅମୂଲ୍ୟ ଦାଶଙ୍କ ନେତୃତ୍ୱରେ ୩ଜଣ ଡିଏସ୍‌ପି, ୧୨ଜଣ ଇନ୍‌ସପେକ୍ଟର, ୩୦ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ସମେତ ୧୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।