ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ; ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା

Published By : Gurupada Nath | June 8, 2025 11:11 PM

ଭୁବନେଶ୍ବର,୮/୬ : ଲୋକସେବା ଭବନରେ ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ରାଜ୍ୟରେ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଛି । ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଶିଳ୍ପ ସଚିବ ସାମିଲ ହୋଇଛନ୍ତି । 

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପପତିଙ୍କ ସହ ଆଲୋଚନା ହେଲା । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ୧୩ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏମଓୟୁ ହେଲା ପରେ ଗ୍ରାଉଣ୍ଡ ବ୍ରେକିଂ କ୍ଷେତ୍ରରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି ଏବଂ ୩୦ ହାଜର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କଳିଙ୍ଗ ନଗରରେ ଲକ୍ଷାଧିକ କୋଟି ଟଙ୍କାର ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଢେଙ୍କାନାଳରେ ଶିଳ୍ପ ପାଇଁ ଗ୍ରାଉଣ୍ଡ ବ୍ରେକିଂ ହେଲା । ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ ଏମଓୟୁ ସାଇନ୍ ହେଲା । 

ଉତ୍କର୍ଷ ଓଡ଼ିଶାର ମାତ୍ର ୪ ମାସ ଭିତରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇ ୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ ଆସିଲା । ୧ ଲକ୍ଷ ୧୦ ହାଜର ଯୁବକ ପାଇବେ ରୋଜଗାର । ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ । ୫ ବର୍ଷ ଭିତରେ ଯାହା ହୋଇନଥିଲା, ଗୋଟିଏ ବର୍ଷ ଭିତରେ ହୋଇଛି । ଖଣି, ଧାତୁ, କେମିକାଲ, ବସ୍ତ୍ର, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଶିଳ୍ପ କରିବା ପାଇଁ ଯୋଜନା ରହିଛି । 

୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, ୩ ବନ୍ଦରର କାପାସିଟି ବୃଦ୍ଧି, ଆଉ ୩ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ । କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ ୫ ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.