ବରଗଡ,୧୪/୦୬: ବରଗଡ଼ରେ ପୁଣି ଟ୍ରାନ୍ସଫର୍ମରୁ କଏଲ ଓ ତେଲ ଚୋରି ହୋଇଛି। ବରଗଡ଼ ସହରର ଶ୍ରୀଧାମ ଏରିଆରେ ଥିବା ଟ୍ରାନ୍ସଫର୍ମରୁ କଏଲ ଓ ତେଲ ଚୋରି କରି ଫେରାର ମାରିଛନ୍ତି ଦୁବୃର୍ତ୍ତ। ଶନିବାର ଟାଉନ ଥାନା ପୋଲିସ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ବରଗଡ଼ର ବରାହଗୋଡା ଅଞ୍ଚଳରେ ଟ୍ରାନ୍ସଫର୍ମରରୁ କଏଲ ଓ ତେଲ ଚୋରି ହୋଇଥିବା ବେଳେ ଅଞ୍ଚଳବାସୀ ଅନ୍ଧାରରେ ରହିଥିଲେ।
ତେବେ ଏଭଳି ଆଉ ଏକ ଘଟଣା ବରଗଡ଼ର ଶ୍ରୀଧାମ ଏରିଆରେ ଘଟିଥିବା ବେଳେ ଅଞ୍ଚଳବାସୀ ରାତି ସାରା ଅନ୍ଧାରରେ ରହିଥିଲେ। ଘଟଣା ସ୍ଥଳରେ କଟର ଓ ଚପଲ ପଡ଼ିଥିବା ଦେଖାଯାଇଛି। ବର୍ତ୍ତମାନ ଖରାରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଚୋର ମାନେ ଟ୍ରାନ୍ସଫର୍ମରରୁ କଏଲ ଓ ତେଲ ଚୋରି କରି ଫେରାର ମାରୁଛନ୍ତି। ଯାହାକୁ ନେଇ ଏପରି ଘଟଣା ଘଟାଉଥିବା ଚୋର ମାନଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।