ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

କଟକରେ କୋକେନ୍‌ କାରବାର !

କଟକ,୧୮/୫ : କଟକ ସହରରେ ଧିରେ ଧିରେ କାୟା ମେଲାଉଛି କୋକେନ୍‌ କାରବାର । ରାଜଧାନୀ ଭୁବନେଶ୍ୱର ପରେ ନିଶା-ମାଫିଆମାନେ ଏବେ କଟକକୁ ଟାର୍ଗେଟ୍‌ କରିଛନ୍ତି । କଟକର କିଛି ଧନୀ ସମ୍ଭ୍ରାନ୍ତ ଘରର ଯୁବକଙ୍କୁ ଦୃଷ୍ଟିରେ ରଖି ମାଫିଆମାନେ ବେଶ ସନ୍ତର୍ପଣରେ ଏବେ ଏହି ମାରାତ୍ମକ ବେପାର ଚଳାଇଛନ୍ତି । ଖାସ୍‌ କରି ଏସ୍‌ସିବି ମେଡ଼ିକାଲ୍‌ କ୍ୟାମ୍ପସ୍‌ ନିକଟ ଓ ଯୋବ୍ରା ଆନିକଟ୍‌ ଅଞ୍ଚଳରେ କୋକେନ୍‌ କାରବାର ଗୋପନୀୟ ଢଙ୍ଗରେ ଚାଲିଥିବା ନେଇ ଅବକାରୀ ବିଭାଗ ଆଭାସ ପାଇଛି । ନିଶା ବେପାରୀଙ୍କୁ ଧରି ଟ୍ୱିନ୍‌ ସିଟିରେ କୋକେନ୍‌ କାରବାରର ଚେର ଖୋଜି ବାହାର କରିବା ପାଇଁ ଅବକାରୀ ବିଭାଗ ଏବେ ଉଦ୍ୟମ କରୁଥିବା ସୂଚନା ମିଳିଛି ।

ବିଶ୍ୱରେ ବିକ୍ରି ହେଉଥିବା ସବୁଠୁ ଦାମୀ ଓ ବଦ୍‌ନାମ୍‌ ନିଶାଦ୍ରବ୍ୟ ହେଉଛି ‘କୋକେନ୍‌’ । ଏଥିରେ ନିଶାର ମାତ୍ରା ବହୁତ ଅଧିକ, ଏଣୁ ଦାମ୍‌ ଆକାଶ ଛୁଆଁ । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଗ୍ରାହକ, ଖାସ୍‌ କରି ଧନୀ ସମ୍ଭ୍ରାନ୍ତ ଘରର ଯୁବଗୋଷ୍ଠୀ ଏହି ନିଶା ସେବନକୁ ପସନ୍ଦ କରନ୍ତି । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହି ମାରାତ୍ମକ ନିଶା କୋକେନ୍‌ ଏବେ କଟକ ସହରରେ ବିକ୍ରି ହେଉଥିବାର ସୂଚନା ମିଳିଛି । କିଛି ଯୁବକ ଭୁବନେଶ୍ୱର ଯାଇ ଏହି ନିଶା ଜାଲରେ ପଡ଼ିବା ପରେ ନିଶା ବେପାରୀମାନେ ସେହି ଯୁବ ଗୋଷ୍ଠୀଙ୍କୁ ସେମାନଙ୍କ ଚାହିଦା ମୁତାବକ ନିଶାଦ୍ରବ୍ୟ ବିକ୍ରି କରିବା ପାଇଁ ସିଧାସଳଖ କଟକ ଆସୁଛନ୍ତି । ବ୍ରାଉନ୍‌ସୁଗର୍‌ ବା ହେରୋଇନ୍‌ ସହ କୋକେନ୍‌ର କାରବାର ବି କରୁଛନ୍ତି । ଏମିତିକି ଅପେକ୍ଷାକୃତ କମ୍‌ ମୂଲ୍ୟରେ ଦୁଇନମ୍ବରୀ କୋକେନ୍‌ ବା କୋକେନ୍‌ ମିଶା ନିଶା ସାମଗ୍ରୀକୁ ମାର୍କେଟ୍‌ରେ ‘ସ୍ପିଡ୍‌ବଲ୍‌’ ନାଁରେ ବିକ୍ରି କରି ନିଶାଡ଼ିଙ୍କୁ ଆକର୍ଷିତ କରୁଛନ୍ତି । ଅବକାରୀ ବିଭାଗ ଏ ତଥ୍ୟ ପାଇବା ପରେ ଏଭଳି ନିଶାଦ୍ରବ୍ୟ ସେବନ କରୁଥିବା କିଛି ଯୁବକଙ୍କୁ ବିଭାଗୀୟ ରାଡାର୍‌ରେ ରଖି ତଦନ୍ତ ଚଳାଇଛି ।

କିଛି ଦିନ ତଳେ ଭୁବନେଶ୍ୱରରୁ କୋକେନ୍‌ ଧରାଯାଇଥିଲା । ବିଦେଶୀ ଖେଳାଳିଙ୍କୁ ବିକ୍ରି କରିବା ପାଇଁ ଏହାକୁ ରାଜଧାନୀ ଅଣାଯାଇଥିବା ଜଣାପଡ଼ିଥିଲା । ସେବେଠାରୁ ଅବକାରୀ ବିଭାଗ ଆଶଙ୍କା କରୁଥିଲା ଯେ ଏହାର ଚେର ଟୁଇନ୍‌ ସିଟିରେ ବ୍ୟାପିଥିବ । ଏବେ ତାହା ସତ ପ୍ରମାଣିତ ହେବା ଭଳି ଲାଗୁଥିବା ଅବକାରୀ ବିଭାଗ ସନ୍ଦେହ କରୁଛି । ରାଜ୍ୟ ବାହାରର କିଛି ନିଶା ବେପାରୀ ମାସକୁ ଥରେ କିମ୍ବା ଦୁଇ ଥର କଟକ ଆସି କୋକେନ୍‌ ବିକ୍ରି କରୁଥିବା ବିଭାଗ ଜାଣିବାକୁ ପାଇଛି । ଏପରିକି କିଛି ଆଫ୍ରିକୀୟ ଦେଶର ମୂଳ ବାସିନ୍ଦା ମଧ୍ୟ ରାଜ୍ୟ ବାହାରର ଏହି ବେପାରୀଙ୍କ ସହିତ କଟକ ଆସୁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । କଟକରେ ଏହି ନିଶା ମାଫିଆମାନଙ୍କର କେହି ସ୍ଥାନୀୟ ରିଟେଲର୍‌ ଅଛନ୍ତି ନା ସେମାନେ ନିଶାଦ୍ରବ୍ୟ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏସ୍‌ସିବି ମେଡିକାଲ୍‌ କ୍ୟାମ୍ପସ୍‌ ଓ ଯୋବ୍ରା ଆନିକଟ୍‌ ପାଖାପାଖି ଅଞ୍ଚଳରେ ଏହି ନିଶା ଦ୍ରବ୍ୟର ଡିଲ୍‌ ହେଉଥିବା ସନ୍ଦେହ କରାଯାଉଛି । ତେଣୁ ସ୍ଥାନୀୟ ଖବରିଙ୍କ ସାହାଯ୍ୟରେ ନିଶା ବେପାରୀଙ୍କୁ ଧରି କାରବାରର ଚେରଯାଏ ପହଞ୍ଚିବାକୁ ବିଭାଗ ପକ୍ଷରୁ ଜୋରଦାର୍‌ ଉଦ୍ୟମ ହେଉଛି । ମାତ୍ର ଏତେ ପେସାଦାର ଓ ଗୋପନୀୟ ଢଙ୍ଗରେ ଏହି ବେପାର ହେଉଛି ଯେ ତାହାକୁ ଟ୍ରାକ୍‌ କରିବା ଅବକାରୀ ବିଭାଗ ପାଇଁ ସହଜ ହେଉନି । ଅନ୍ୟପଟେ କଟକର କେହି ପୁରୁଣା ନିଶା ବେପାରୀ ଏହି ର‌୍ୟାକେଟ୍‌ରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ ବିଭାଗ ପକ୍ଷରୁ ଏବେ ଏ ଦିଗରେ ତନାଘନା ଚାଲିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.