ପ୍ରୟାଗରାଜ : ପ୍ରୟାଗରାଜର ଫାଫାମଉ ଅଞ୍ଚଳରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି, ଏକ କୋଲ୍ଡ ଷ୍ଟୋରେଜର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣାରେ ଏବେସୁଦ୍ଧା ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସମୟରେ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ। ଉକ୍ତ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଭୟ ଓ ଦୁଃଖର ବାତାବରଣ ଖେଳି ଯାଇଛି।

ଚାନ୍ଦପୁରର ପୂର୍ବତନ ବିଧାୟକଙ୍କର ଏହି କୋଲ୍ଡ ଷ୍ଟୋରେଜ୍ ଥିବାର କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବିକ , କାନ୍ଥ ଭୁଶୁଡ଼ିବା ପୂର୍ବରୁ ଖୁବ୍ ଜୋରରେ ବିସ୍ଫୋରଣ ଭଳି ଶବ୍ଦ ଶୁଣାଯାଇ ଥିଲା। ଯାହା ପରେ ପୂରା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା।

ସୂଚନା ମୁତାବିକ, ଦୁର୍ଘଟଣା କାରଣରୁ ଆମୋନିଆ ଗ୍ୟାସ୍ ପାଇପ୍ ଫାଟିଥିବା କୁହାଯାଉଛି। ପାଇପ୍ ଫାଟିବା ପରେ ଗ୍ୟାସ୍ ନିର୍ଗତ ହେବା ଆରମ୍ଭ ହୋଇ ଯାଇ ଥିଲା, ଯେଉଁଥିରେ ସ୍ଥିତି ଆହୁରି ସଙ୍ଗୀନ ହୋଇଗଲା। ଆମୋନିଆ ଗ୍ୟାସ୍ ନିର୍ଗତ ହେବା କାରଣରୁ ଆଖପାଖର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ଏବଂ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ଭଳି ସ୍ଥିତି ଉପୁଜି ଥିଲା। କୁହାଯାଉଛି ଯେ, ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା , ଏହି ସମୟରେ ପାଖାପାଖି ୨୦ ଜଣ ଶ୍ରମିକ କୋଲ୍ଡ ଷ୍ଟୋର ଭିତରେ କାମ କରୁଥିଲେ। କାନ୍ଥ ଭୁଶୁଡ଼ି ପଡ଼ିବାକୁ ଅନେକ ଶ୍ରମିତ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ।

ଦୁର୍ଘଟଣା ପରେ ଯେବେ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚି ଥିଲା, ତ ଉତ୍ତେଜିତ ଗ୍ରାମବାସୀ ଆମ୍ୱୁଲାନ୍, ଉପରକୁ ପଥର ଫିଙ୍ଗି ଥିଲେ। ଏଥିକି ବେଳେ ପୁଲିସ ସହ ଟଣାଓଟଣା ବି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୯ଟି ମୃତଦେହ ଉଦ୍ଧାର ହୋଇଛି। ଜେସିବି ଦ୍ୱାରା ରେସ୍କ୍ୟୁ ଅପରେସନ ଜାରି ରହିଛି। ପ୍ରୟାଗରାଜର ପୁଲିସ କମିଶନର ଜୋଗିନ୍ଦର କୁମାର ଓ ଡିଏମ୍ ମନିଷ ବର୍ମା ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେମାନେ ଘଟଣାସ୍ଥଳରେ ଥିବା ଅଫିସରଙ୍କ ଠାରୁ ରେସ୍କ୍ୟୁ ଅପରେସନ ବିଷୟରେ ଅନୁଧ୍ୟାନ କରିଥିଲେ।

ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ଅଧିକାଂଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍ଗୀନ ଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଲଞ୍ଚ ସମୟ ଥିଲା । ସମସ୍ତେ ଭୋଜନ କରି  ବିଶ୍ରାମ କରୁଥିଲେ। ସେତେବେଳେ ବିଲ୍ଡିଂ ଭୁଶୁଡ଼ି ଥିଲା। ଯେଉଁମାନେ ଭିତରେ ଥିଲେ ସେମାନେ ଆଉ ବାହାରି ପାରିଲେ ନାହିଁ।