PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୧୩ ଡିଗ୍ରୀ ତଳେ ୧୨ଟି ସ୍ଥାନ, ହାଡ଼ ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ

ଭୁବନେଶ୍ଵର, ୨୦/୧୧ : ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ରାତିରେ ତାପମାତ୍ରା ଖସୁଛି। ରାଜ୍ୟରେ ୧୩ ଡିଗ୍ରୀ ତଳେ ୧୨ଟି ସ୍ଥାନ ରହିଛି। କନ୍ଧମାଳର ଜି. ଉଦୟଗିରିରେ ଓ କୋରାପୁଟର ସେମିଳିଗୁଡାରେ ରାତି ତାପମାତ୍ରା ୮ ଡିଗ୍ରୀ ଥିବା ବେଳେ, କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ, କେନ୍ଦୁଝରରେ ୧୦ ଡିଗ୍ରୀ, ଭବାନୀପାଟଣାରେ ୧୦.୬ ଡିଗ୍ରୀ, ଝାରସୁଗୁଡାରେ ୧୦.୮ ଡିଗ୍ରୀ, ଚିପିଲିମାରେ ୧୦.୮ ଡିଗ୍ରୀ, ସୁନ୍ଦରଗଡରେ ୧୨.୫ ଡିଗ୍ରୀ, ଦେବଗଡରେ ୧୨.୫ ଡିଗ୍ରୀ ରହିଛି।

ଉପକୂଳ ଓଡ଼ିଶାରେ ଶୀତ ଅପେକ୍ଷାକୃତ କମ୍‌ ଅନୁଭୂତ ହେଉଛି । କିନ୍ତୁ ଆଭ୍ୟନ୍ତରୀଣ ଓଡି଼ଶାର କିଛି ସ୍ଥାନରେ ପାରଦ ଲଗାତର ଭାବେ ୧୨ ଡିଗ୍ରୀରୁ କମ୍‌ ରହୁଛି । ଅସହ୍ୟ ଜାଡ଼ ଯୋଗୁଁ ଲୋକମାନେ କଲବଲ ହେଉଛନ୍ତି। ଦେହକୁ ଫୂର୍ତ୍ତି ରଖିବା ପାଇଁ ଲୋକମାନେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ କରୁଛନ୍ତି। ସେହିପରି ଚା ଦୋକାନ ବାହାରେ ଭିଡ଼ ଜମୁଛି। କାମ ନଥିଲେ ଲୋକମାନେ ସକାଳେ ସନ୍ଧ୍ୟାରେ ଘରୁ ବାହାରୁ ନାହାଁନ୍ତି।