ଥରାଇବ ଶୀତ ଲହରୀ

source:www.telegraphindia.com
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ପୁଣି ବଢ଼ିବ ଶୀତ । ଆସନ୍ତା ୨-୩ ଦିନ ଶୀତ ପ୍ରକୋପ ଅନୁଭୂତ ହେବ । ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ କହିବାନୁଯାୟୀ ବର୍ତ୍ତମାନ ଆକାଶ ମେଘମୁକ୍ତ ରହିବ । ଏହା ସହ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେବ । ଏଥିଯୋଗୁ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ । ରାଜ୍ୟ ବ୍ୟାପୀ ଥଣ୍ଡା ବଢ଼ିବ । ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ । ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ । ୨-୩ ଦିନ ପର୍ଯ୍ୟନ୍ତ ଶୀତ ଜାରି ରହିବ । ତା’ ପରେ ତାପମାତ୍ରା ବଢ଼ିବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ରାତି ତାପମାତ୍ରା ୧ ଡିଗ୍ରୀ ପାଖାପାଖି କମିବ । କେତେକ ଜାଗାରେ କୁହୁଡ଼ି ହୋଇପାରେ । ଗୁରୁବାର କୁହୁଡ଼ି ବଢ଼ିପାରେ ।