ସୁନ୍ଦରଗଡ,୧୬।୧ :  ସୁନ୍ଦରଗଡ ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କମ୍ପାନୀରେ ଅଘଟଣ। କମ୍ପାନୀର କୋଲ ହପର ଭୁଶୁଡି ପଡିଛି। ଏହା ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଏହାକୁ ନେଇ କମ୍ପାନୀ ବାହାରେ ଉତ୍ତେଜନା ଦେଖା ଦେଇଛି।  

କୋଲ ହପର ନିକଟରେ  ୧୨ ଜଣ ଶ୍ରମିକ କାମ କରୁଥିଲେ । ୪ରୁ ୫ ଜଣ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ପ୍ଲାଣ୍ଟ ଭିତରକୁ ୫ଟି ଆମ୍ବୁଲାନ୍ସ, ୩ଟି ଦମକଳ ଗାଡି ସହ କ୍ରେନ ପ୍ଲାଣ୍ଟ ଭିତରକୁ ଯାଇଛି। କାରଖାନା ସମ୍ମୁଖରେ ଏହି ଦୁର୍ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ଉପସ୍ଥିତ ଅଛନ୍ତି।