ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଦ୍ୟୁତ୍ ଆଘାତରେ କଲେଜ ଛାତ୍ରଙ୍କ ମୃତ୍ୟୁ

Published By : Gurupada Nath | July 10, 2025 9:47 PM

ବୁଗୁଡ଼ା, ୧୦/୭ : ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି l ମୃତକ ବେତାରସିଂ ନୁଆଁ ସାହିର ବାବୁଲି ଜେନାଙ୍କ ବଡ଼ ପୁଅ ଆଶୀର୍ବାଦ (୧୯) l 

ସୂଚନା ଅନୁସାରେ, ଆଶୀର୍ବାଦ ଆଜି ସନ୍ଧ୍ୟା ସମୟରେ ନିଜ ନିର୍ମାଣଧିନ ଘରେ ଲାଗିଥିବା ପାଣି ମୋଟର ଖୋଲୁ ଥିବା ସମୟରେ ଅସାବଧାନତା ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ l ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁଗୁଡ଼ା ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଖବରପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିଛି l ଆଶୀର୍ବାଦ ବୁଗୁଡ଼ା ପିପୁଲ୍ସ କଲେଜରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ର ଥିଲେ l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.