ନୂଆଦିଲ୍ଲୀ,୦୧/୦୮: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପହିଲାରୁ ଗ୍ୟାସ୍ ଦରରେ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଅଗଷ୍ଟ ୧ରୁ LPGସିଲିଣ୍ଡରର ଦର ହ୍ରାସ କରିଥିବା ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା କମିଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ଯାହା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ୮୫୩ ଟଙ୍କା ରହିଛି ।
କମର୍ସିଆଲ ସିଲିଣ୍ଡର ଦର କରିବା ପରେ ମୁମ୍ବାଇରେ ନୂଆ ଦର ୧,୫୮୨.୫୦ ଟଙ୍କା ରହିଛି । ଜୁଲାଇରେ ଏହା ୧,୬୧୬ ଟଙ୍କା ଥିଲା। ଅର୍ଥାତ୍, ୩୩.୫୦ ଟଙ୍କା ଆଶ୍ୱସ୍ତି ମିଳିଛି । ଘରୋଇ ସିଲିଣ୍ଡରର ମୂଲ୍ୟ ୮୫୨.୫୦ ଟଙ୍କା ରହିଛି । ସେହିପରି କୋଲକାତାରେ ଏବେ ବାଣିଜ୍ୟିକ ସିଲିଣ୍ଡର ୧,୭୩୪ ଟଙ୍କାରେ ଉପଲବ୍ଧ ହେବ, ଯାହା ପୂର୍ବରୁ ୧୭୬୯ ଟଙ୍କା ଥିଲା । ଅର୍ଥାତ୍ ଏଠାରେ ୩୫ ଟଙ୍କା ହ୍ରାସ ପାଇଛି । ଘରୋଇ ଗ୍ରାହକଙ୍କ ପାଇଁ, ଏଠାରେ ସିଲିଣ୍ଡର ୮୭୯ ଟଙ୍କାରେ ଉପଲବ୍ଧ ହେବ ।
ଅଧିକ ପଢନ୍ତୁ...ଅଗଷ୍ଟ ପହିଲାରୁ ନୂଆ ନିୟମ,ପକେଟକୁ ପ୍ରଭାବିତ କରିପାରେ ୪ ବଡ଼ ପରିବର୍ତ୍ତନ
ସେହିପରି ଚେନ୍ନାଇରେ ମଧ୍ୟ, ଅଗଷ୍ଟ ୧ ରୁ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୯୦ ଟଙ୍କା ହୋଇଛି, ଜୁଲାଇରେ ଏହା ୧,୮୨୩.୫୦ ଟଙ୍କା ଥିଲା । ୩୩.୫୦ ଟଙ୍କା ଆଶ୍ୱସ୍ତି ମିଳିଛି । ଚେନ୍ନାଇରେ ଘରୋଇ ସିଲିଣ୍ଡରର ମୂଲ୍ୟ ୮୬୮.୫୦ ଟଙ୍କା ରହିଛି । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଏପ୍ରିଲ ୨୦୨୫ ରୁ ୫୦ ଟଙ୍କା ବୃଦ୍ଧି ପାଇବା ପରଠାରୁ ସ୍ଥିର ରହିଛି । ବର୍ତ୍ତମାନ, ଏହା ଦିଲ୍ଲୀରେ ୮୫୩ ଟଙ୍କା, କୋଲକାତାରେ ୮୭୯ ଟଙ୍କା, ମୁମ୍ବାଇରେ ୮୫୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୬୮.୫୦ ଟଙ୍କା ରହିଛି । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ଯୋଗୁଁ, ରେଷ୍ଟୁରାଣ୍ଟ ଏବଂ ଢାବାରେ ବ୍ୟବହୃତ ଗ୍ୟାସ ଟିକେ ଶସ୍ତା ହୋଇଛି । ଯାହା ଫଳରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଇପାରେ ।