ଟୁଇନ୍ ସିଟି ଥାନାରେ ଅଦଳବଦଳ: ବଦଳିଲେ ୯ ଆଇଆଇସି, ହିମାଂଶୁ ସ୍ପେଶାଲ ସ୍କ୍ୱାଡ୍ ଏସିପି

ଭୁବନେଶ୍ୱର,୦୪/୧୨: କମିସନରେଟ୍ ପୁଲିସର ଏସିପି ଓ ଆଇଆଇସି ସ୍ତରରେ ଶନିବାର ବଡ଼ ଧରଣର ଅଦଳବଦଳ ହୋଇଛି । ଟୁଇନ୍ ସିଟିର ୯ଟି ଥାନାକୁ ନୂଆ ଇନ୍ସପେକ୍ଟର ମିଳିଛି । ଏହି ୯ ଜଣଙ୍କ ମଧ୍ୟରେ କିଛି କମିଶନରେଟ୍ ପାଇଁ ନୂଆ ଥିବା ବେଳେ ବାକି ପୁରୁଣା ଅଛନ୍ତି । ୨୦ ଜଣ ଅଧିକାରୀଙ୍କ ବଦଳି ମଧ୍ୟରେ ଜଣେ ଏଏଏସ୍ଆଇ ଅଛନ୍ତି । ସହିଦନଗର ଥାନା ଅଧିକାରୀ ଦାୟିତ୍ୱରେ ଥିବା ହିମାଂଶୁ ସ୍ୱାଇଁଙ୍କୁ ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାଡ୍ ଏସିପି ଭାବେ ଦାୟିତ୍ୱ ଦେଇଛନ୍ତି ପୁଲିସ୍ କମିଶନର ।
ସେହିପରି କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ (ସିପି ଅଫିସ୍)ରେ ଥିବା ଏସିପି ପ୍ରଦୀପ କୁମାର ରାଉତଙ୍କୁ ଭୁବନେଶ୍ୱର ଆଇଏଏଚଟିୟୁର, ସିପି ଅଫିସ୍ରେ ଥିବା ଏସିପି ବିଶ୍ୱରଞ୍ଜନ ସେନାପତିଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ୍, ଏସିପି କେପି ଦାସଙ୍କୁ କଟକ ଡିଆଇବି ଏସିପି, ଏସିପି ଅଞ୍ଜନା ଟୁଡୁଙ୍କୁ ଆୟୁକ୍ତଙ୍କ କାର୍ଯ୍ୟାଳୟର ଆଇବିି, ଏସିପି ଅମିତାଭ ମହାପାତ୍ରଙ୍କୁ କଟକ ଜୋନ-୨, ଏସିପି ସୁଶାନ୍ତ କୁମାର ସିଂହଙ୍କୁ କଟକ ଟ୍ରାଫିକ ଓ ଏସିପି କୃଷ୍ଣଚନ୍ଦ୍ର ସେଠୀଙ୍କୁ କଟକ ଜୋନ-୫ ଦାୟିତ୍ୱ ମିଳିଛି ।
ସିପି ଅଫିସ୍ରେ ଥିବା ଇନ୍ସପେକ୍ଟର ମନୋଜ କୁମାର ଶତପଥୀଙ୍କୁ ସହିଦନଗର ଥାନା ଅଧିକାରୀ (ଆଇଆଇସି) ଭାବେ ନିଯୁକ୍ତ କରାଯାଇଥିବା ବେଳେ ପି ଶ୍ୟାମ ସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର ଆଇଆଇସି ଭାବେ ବଦଳି କରାଯାଇଛି । ଲକ୍ଷ୍ମୀସାଗର ଥାନା ଆଇଆଇସି ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା ଥାନା ଅଧିକାରୀ, ଏୟାରଫିଲ୍ଡ ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଥାନା ଆଇଆଇସି, ଚନ୍ଦକା ଥାନା ଆଇଆଇସି ସୁରେନ୍ଦ୍ର କୁମାର ବଳଙ୍କୁ କମିସନରେଟ ମୁଖ୍ୟାଳୟ (ଟ୍ରାଫିକ ଦାୟିତ୍ୱ) ଦିଆଯାଇଛି । ଦରଘା ବଜାର ଆଇଆଇସି ପ୍ରଦୀପ କୁମାର ଜେନାଙ୍କୁ କଟକ କ୍ୟାଣ୍ଟନମେଣ୍ଟ ଥାନା, ସହିଦନଗରର ଅତରିକ୍ତ ଆଇଆଇସି ଚିନ୍ତେଶ୍ୱର ମୁଣ୍ଡାଙ୍କୁ ଦରଘାବଜାର ଥାନା, ସିପି ଅଫିସ୍ରେ ଥିବା ଅଶୋକ କୁମାର ନାୟକଙ୍କୁ ଭୁବନେଶ୍ୱର ଏୟାରଫିଲ୍ଡ ଆଇଆଇସି, ମହିଳା ଥାନା ଅଧିକାରୀ ସନ୍ତୋଷିନୀ ବେହେରାଙ୍କୁ ବାଲିପାଟଣା ଥାନାର ଅତିରିକ୍ତ ଆଇଆଇସି, ଡିସିପି ଅଫିସ୍ରେ ଥିବା ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା ଆଇଆଇସି, ବାଲିପାଟଣା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ବରାଡଙ୍କୁ କଟକ ସିଆରଆରଆଇ ଥାନା ଅଧିକାରୀ ଓ ଏଏସଆଇ ନୃସିଂହନାଥ ଦ୍ୱିବେଦୀଙ୍କୁ ସିପିଙ୍କ କାର୍ଯ୍ୟାଳୟ ପର୍ସୋନେଲ ସେକ୍ସନକୁ ବଦଳି କରାଯିବା ନେଇ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରୁ ବିଜ୍ଞାପ୍ତି ପ୍ରକାଶ ପାଇଛି ।