ନୂଆଦିଲ୍ଲୀ,୨୭।୧:ସର୍ବକାଳୀନ ରେକର୍ଡ ଭାଙ୍ଗିଲା ରୂପା ଦାମ୍। ମଙ୍ଗଳବାର ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି ପ୍ରତି କିଲୋଗ୍ରାମ ରୂପା ଦିନକରେ ୯% ବୃଦ୍ଧି ପାଇ ୩୦,୧୨୨ ଟଙ୍କା ମହଙ୍ଗା ହୋଇଛି। ଏହା ସହ କିଲୋପ୍ରତି ରୁପା ଦାମ୍ ୩,୬୪,୮୨୧ ଟଙ୍କା ଛୁଇଁଛି ।ସେପଟେ ସୁନା ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ମଙ୍ଗଳବାର ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨,୭୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ୧ଲକ୍ଷ ୬୦ ହଜାର ଟଙ୍କା ଛୁଇଁଛି। ଗତ ଶୁକ୍ରବାର, ସୁନା ଏବଂ ରୂପାରେ ମଧ୍ୟ ଏକ ବିରାଟ ବୃଦ୍ଧି ଦେଖାଦେଇଥିଲା, ଯାହା ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା।
ରୂପାରେ ୯ ପ୍ରତିଶତର ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହା ୩୦,୧୨୨ ଟଙ୍କା (ରୂପା ମୂଲ୍ୟ ବୃଦ୍ଧି) ମହଙ୍ଗା ହୋଇ ୩,୬୪,୮୨୧ ଟଙ୍କା ପ୍ରତି କିଲୋଗ୍ରାମ ରେ କାରବାର ଆରମ୍ଭ କରିଥିଲା, ଯାହା ଏହାର ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ ମଧ୍ୟ ଥିଲା।