PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଘରେ କରୁଛନ୍ତି କି ହେୟାର ଷ୍ଟ୍ରେଟ୍ ? କରନ୍ତୁନି ଏହି ୪ଟି ଭୁଲ

ନୂଆଦିଲ୍ଲୀ ୨୬/୧୧: ବହୁତ କମ୍ ଝିଅ ହେୟାର ଷ୍ଟ୍ରେଟ୍ କରିବା ପାଇଁ ପାର୍ଲରକୁ ଯାଆନ୍ତି। କିନ୍ତୁ, ଝିଅମାନେ ଘରେ ହେୟାର ଷ୍ଟ୍ରେଟ୍ କରିବା ସମୟରେ ଅନେକ ଭୁଲ କରନ୍ତି। ସମସ୍ତେ ଭାବନ୍ତି ଘରେ ହେୟାର ଷ୍ଟ୍ରେଟ୍ କରିବା ଅତ୍ୟନ୍ତ ସହଜ। କିନ୍ତୁ କେଶକୁ ଷ୍ଟ୍ରେଟ୍ କରିବାବେଳେ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟ। ନଚେତ୍ ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏହା ଦ୍ୱାରା ହେୟାର ଡ୍ୟାମେଜ୍ ହୁଏ ଏବଂ ପୂର୍ବ ଅପେକ୍ଷା ଅଧିକ ଫ୍ରିଜ୍ ହେୟାର ଦେଖାଯାଏ। ସେଥିପାଇଁ କିଛି ଜିନିଷର ଯତ୍ନ ନେବା ଜରୁରୀ।

ତାପମାତ୍ରା କଣ୍ଟ୍ରୋଲ୍ ନକରିବା :

ହେୟାର ଷ୍ଟ୍ରେଟନର୍‌ର ତାପମାତ୍ରା କଣ୍ଟ୍ରୋଲ୍ ନକରିବା ଏକ ବଡ ଭୁଲ। ତାପମାତ୍ରା ନିୟନ୍ତ୍ରଣ ନକରିବା ଦ୍ୱାରା ଷ୍ଟ୍ରେଟନର୍‌ ଅଧିକ ଗରମ ହୋଇପାରେ ଏବଂ ଏହା କେଶକୁ ଜାଳି ଦେଇପାରେ। ମିଡିୟମ୍ ସେଟିଂରେ ଷ୍ଟ୍ରେଟନର୍‌କୁ ରଖନ୍ତୁ ଏବଂ ତା’ପରେ କେଶକୁ ଷ୍ଟ୍ରେଟ୍ କରନ୍ତୁ।

ଓଦା କେଶ ଷ୍ଟ୍ରେଟ୍ କରିବା :

ଏହା ଏକ ବଡ ଭୁଲ ଯାହାକୁ ଏଡାଇବା ଆବଶ୍ୟକ। ଓଦା କେଶକୁ ଷ୍ଟ୍ରେଟ୍ କରିବା କେବଳ କେଶ ପାଇଁ ଖରାପ ନୁହେଁ ବରଂ ଏହା ଷ୍ଟ୍ରେଟନର୍‌କୁ ମଧ୍ୟ ଖରାପ କରିପାରେ। ଓଦା କେଶ ଦୁର୍ବଳ ହୋଇଥାଏ  ଯାହା ଷ୍ଟ୍ରେଟନର୍‌ ଲାଗିଲେ ଭାଙ୍ଗିଯାଏ। ଆହୁରି ମଧ୍ୟ, କେଶ ଜଳିବାର ସମ୍ଭାବନା ମଧ୍ୟ ବଢିଥାଏ।

ହିଟ୍ ପ୍ରୋଟେକ୍ସନ୍ ନଲଗାଇବା :

ଅନେକ ଝିଅ ଅନୁଭବ କରନ୍ତି ହିଟ୍ ପ୍ରୋଟେକ୍ସନ୍ ପାଇଁ ପ୍ରଡକ୍ଟ କିଣିବା ଟଙ୍କା ବର୍ବାଦ କରିବା ସହ ସମାନ, କିନ୍ତୁ ଏହା ନୁହେଁ। ହିଟ୍ ପ୍ରୋଟେକ୍ସନ୍ କେଶକୁ ଉତ୍ତାପରୁ ରକ୍ଷା କରିଥାଏ ଏବଂ କେଶର ଟେକ୍ସଚର ବଜାୟ ରଖିଥାଏ। ଯଦି ଜରୁରୀକାଳୀନ ପରିସ୍ଥିତି ଥାଏ, ତେବେ ଆପଣ ହେୟାର ସେରମ୍ ମଧ୍ୟ ବ୍ୟବହାର କରିପାରିବେ।

ସଠିକ୍ ଟେକନିକ୍ ଆପଣେଇବା :

କେଶରେ ଅତି ଶୀଘ୍ର କିମ୍ବା ଅତି ଧୀରେ ଷ୍ଟ୍ରେଟନର୍ ଚଲାଇବା ଭୁଲ ଟେକନିକ୍। ଧିରେ ଧିରେ ଷ୍ଟ୍ରେଟନର୍ ଚଲାଇବା ଦ୍ୱାରା କେଶ ପୋଡି ଯାଇପାରେ। ସେହିପରି ଶୀଘ୍ର ଚଳାଇବା ଦ୍ୱାରା କେଶ ଠିକ୍ ଭାବରେ ଷ୍ଟ୍ରେଟ୍ ହୋଇପାରେ ନାହିଁ।