PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୧୭୮ ପଦକ ସହ ଅଷ୍ଟ୍ରେଲିଆ ଚାମ୍ପିଅନ୍‌, ୬୧ଟି ପଦକ ସହ ଭାରତ ଚତୁର୍ଥ

ବର୍ମିଂହାମ,୦୯/୦୮: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆଖି ଝଲସିଗଲା ଭଳି ଆତସବାଜିରେ ଉଦ୍‌ଯାପିତ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଦୀର୍ଘ ୧୧ ଦିନର ଏହି କ୍ରୀଡ଼ାକୁମ୍ଭରେ ଅଷ୍ଟ୍ରେଲିଆ ସର୍ବାଧିକ ୧୭୮ଟି (୬୭ ସ୍ୱର୍ଣ୍ଣ, ୫୭ ରୌପ୍ୟ ଓ ୫୪ ବ୍ରୋଞ୍ଜ) ପଦକ ହାସଲ କରି ଶ୍ରେଷ୍ଠ ଦଳ ବିବେଚିତ ହୋଇଛି । ଆୟୋଜକ ଇଂଲଣ୍ଡ ୫୭ ସ୍ୱର୍ଣ୍ଣ, ୬୬ ରୌପ୍ୟ ଓ ୫୩ ବ୍ରୋଞ୍ଜ ସହ ମୋଟ୍‌ ୧୭୬ ପଦକ ଜିତି ଦ୍ୱିତୀୟ ଏବଂ ଭାରତ ୬୧ଟି ପଦକ ସହ ଚତୁର୍ଥ ସ୍ଥାନ ଅଧିକାର କରିଛି ।

ଆଲେକଜାଣ୍ଡର ଷ୍ଟାଡିୟମରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇ ଟିଟି ତାରକା ଶରଥ କମଲ ଏବଂ ମହିଳା ବକ୍ସର ନିଖତ ଜରୀନ ତ୍ରିରଙ୍ଗା ଧାରଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିର ଛାପ ଦେଖିବାକୁ ମିଳିଥିଲା ।

ଅଷ୍ଟ୍ରେଲିଆର ପୁରୁଷ ପ୍ରତିଯୋଗୀଙ୍କ ଏଥର ମହିଳା ପ୍ରତିଯୋଗୀମାନେ ଟପି ଯାଇଥିଲେ । ପୁରୁଷ ପ୍ରତିଯୋଗୀମାନେ ମୋଟ୍‌ ୭୩(୨୨ସ୍ୱର୍ଣ୍ଣ, ୨୫ରୌପ୍ୟ, ୨୬ବ୍ରୋଞ୍ଜ) ପଦକ ଜିତିଥିଲେ । ମହିଳା ମାନେ ୪୩ସ୍ୱର୍ଣ୍ଣ, ୩୧ରୌପ୍ୟ ୨୬ ବ୍ରୋଞ୍ଜ ସହ ମୋଟ୍‌ ୧୦୦ପଦକ ହାସଲ କରିଥିଲେ । ୧୧ଦିନର ପ୍ରତିଯୋଗିତାରେ ମୋଟ୍‌ ୭୨ଟି ଦେଶରୁ ୫୦୦୦ରୁ ଉଦ୍ଧ୍ୱର୍ ଆଥ୍‌ଲେଟ୍‌ ୮୭୭ଟି ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ମଧ୍ୟ ବେଶ ପ୍ରଭାବଶାଳୀ ରହିଥିଲା । ଏଥର ଭାରତୀୟ ପ୍ରତିଯୋଗୀମାନେ ମୋଟ୍‌ ୬୧ଟି ପଦକ ଅର୍ଜନ କରିଥିଲେ । ଏଥର ସୁଟିଂକୁ କ୍ରୀଡ଼ାରେ ସାମିଲ କରାଯାଇନଥିଲେ ହେଁ ଭାରତୀୟ ପ୍ରତିଯୋଗୀ ଅନ୍ୟାନ୍ୟ କ୍ରୀଡ଼ାରେ କମାଲ ଦେଖାଇଥିଲେ । କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ।