PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ବାଲେଶ୍ୱର ଜିଲ୍ଲାପାଳଙ୍କ ବିରୋଧରେ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୧୯ ।୩(ବ୍ୟୁରୋ): ବାଲେଶ୍ୱର ଜଲି୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ପ୍ରକଳ୍ପ ନେିର୍ଦ୍ଦଶକ ତ୍ରିଲୋଚନ ପ୍ରଧାନ ସରକାରୀ ଦଳର ହାତବାରିସି ହୋଇ କାର୍ଯ୍ୟ କରୁଛନ୍ତି । ରେମୁଣାରେ ବିଜେପିର ବିଧାୟକ, ଓ ଅନ୍ୟ ଲୋକ ପ୍ରତିନିଧିମାନଙ୍କୁ ଜନସାଧାରଣରେ ନ୍ୟୁନ କରବାକୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରାନ୍ତ କରୁଛନ୍ତି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ରେମୁଣାର ବିଜେପି ବିଧାୟକ ଗୋବିନ୍ଦ ଦାଶଙ୍କ ସହ ବିଜେପି ପ୍ରତିନିଧି ଅଭିଯୋଗ କରିଛନ୍ତି ।

ବିଧାୟକ ସିଇଓଙ୍କୁ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଜିଲ୍ଲାର ଦୁଇ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ସୋର ଓ ସିମୁଳିଆ ଭଦ୍ରକ ଲୋକସଭା ଅନ୍ତର୍ଗତ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଭାବେ ଜିଲ୍ଲାପାଳ ଶ୍ରୀ
ରାଉତ ବାଲେଶ୍ୱର ଜିଲ୍ଲାର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅସାମ୍ବିଧାନିକ । ଜିଲ୍ଲାପାଳ ଓ ପିଡିଙ୍କୁ ତୁରନ୍ତ ବଦଳି କରାଯାଉ । ଜିଲ୍ଲାପାଳ ବିଜେପିି ଦଳର କାର୍ଯ୍ୟକର୍ତା ଓ ସମର୍ଥକଙ୍କୁ ସଂପୂର୍ଣ୍ଣ ଅଣଦେଖା କରିବା ସହ ବିକାଶ ମୂଳକ କାର୍ଯ୍ୟରେ ଅସହଯୋଗ କରୁଛନ୍ତି । ବିଶେଷ ଭାବେ ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ ଓ ସମିତି ସଭ୍ୟ ବିଜେପି ଦଳର ହୋଇଥିବା କାରଣରୁ ସେମାନଙ୍କ କାର୍ଯ୍ୟକୁ ଅଂକୁଶ ଲଗାଇ ବିଭିନ୍ନ ଉନ୍ନୟନ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ପ୍ରଦାନ କରିବାରେ ପ୍ରତିବନ୍ଧକ ସାଜିଛନ୍ତି ।

ଚଳିତ ବର୍ଷ ଜିଲ୍ଲାକୁ ୧୬୦୦ ଗ୍ରାମୀଣ ବିଜୁ ପକ୍କା ଘର ଆସିଥିବାବଳେ ରେମୁଣା ବ୍ୟତୀତ ଅନ୍ୟ ୭ଟି ନିର୍ବାଚନ ମଣ୍ଡଳୀକୁ ୧୪୦୦ ବିଜୁ ପକ୍କାଘର ବଂଟନ ସରିଛି । ସେହିପରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୧୩ କୋଟିରୁ ଅଧିକ ସରକାରୀ ଅନୁଦାନ ଆସଥିବା ବେଳେ ଜିଲ୍ଲାର ୧୨ଟି ବକ୍ଲ ମଧ୍ୟରୁ ରେମୁଣା ବକ୍ଲ ବ୍ୟତୀତ ଅନ୍ୟ ୧୧ଟି ବ୍ଲକକୁ ଅନୁଦାନ ପଦ୍ରାନ କରାଯାଇଛି । ବାଲେଶ୍ୱର ସାଂସଦଙ୍କ ଇଙ୍ଗିତରେ ଜନକଲ୍ୟାଣ ଯୋଜନାରେ ଏପରି ଦଳୀୟ ମନୋଭାବ କରାଯାଉଥିବା ବିଧାୟକ ସିଇଓଙ୍କୁ ଅଭିଯୋଗ କରିଛନ୍ତି । ଏହି ପତ୍ରିନିଧି ଦଳରେ ଆଇନଜୀବୀ ଜୟନ୍ତ ଜେନା, ଅନଲି କୁମାର ଶତପଥୀ, ସତ୍ୟବତ୍ର ନାୟକ, ଶୋଭନ ଦାଶ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର