ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କମ୍ପ୍ୟୁଟର ବାବାଙ୍କ ଭବିଷ୍ୟବାଣୀ; ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ହେବେ ନାହିଁ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶର ରାଜନୀତିରେ ସାମିଲ ଥିବା କମ୍ପ୍ୟୁଟର ବାବା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବିଷ୍ୟବାଣୀ ସମ୍ପର୍କରେ କହିଛନ୍ତି। ମୋଦୀ ଦ୍ବିତୀୟ ଥର ପାଇଁ ଆଉ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ଭବିଷ୍ୟବାଣୀରେ ବାବା କହିଛନ୍ତି। ବିଜେପି ଏଥିରେ ପ୍ରତିକ୍ରିୟା ଦେଇଛି କି, ରାଜନୀତି କରିବା ବାଲା ଲୋକ ଏମିତି ବାବାଙ୍କ ପ୍ରତି କେବେ ଧ୍ୟାନ ଦେଇନଥାଏ।

{"id":11400,"width":744,"height":501}

କମ୍ପ୍ୟୁଟର ବାବା ମଧ୍ୟ ପ୍ରଦେଶର ଶିବରାଜ ସରକାର ସମୟରେ ରାଜ୍ୟ ମନ୍ତ୍ରୀ ରହି ସାରିଛନ୍ତି। ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୨୦୧୮ରେ ବି ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କମ୍ପ୍ୟୁଟର ବାବା ଶିବରାଜ ସିଂ ଚୈାହାନଙ୍କ ଭବିଷ୍ୟବାଣୀ କହିଥିଲେ।

{"id":11401,"width":742,"height":556}

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପ୍ରଚାର କମ୍ପ୍ୟୁଟର ବାବା କରିବେ। ବାବା କହିବାନୁସାରେ, ଦିଗବିଜୟ ସିଂହଙ୍କୁ ସାଧୁ ସନ୍ଥମାନେ ପୂରା ସମର୍ଥନ କରୁଛନ୍ତି। ଦିଗବିଜୟ ସିଂହ ଭୋପାଲରୁ ଏଥର ନିର୍ବାଚନରେ ଜିତିବେ। କମ୍ପ୍ୟୁଟର ବାବାଙ୍କ ଦାବି ରହିଛି କି, ମଧ୍ୟପ୍ରଦେଶରେ ଲୋକସଭାର ୧୫ଟି ଆସନ ଉପରେ କଂଗ୍ରେସର ଜିତ୍ ହେବ। ଯଦି ଦିଗବିଜୟ ସିଂହ ସହମତ ହେବେ ତେବେ ସବୁ ସନ୍ଥ ତାଙ୍କର ନାମାଙ୍କନ ଭରିବା ପାଇଁ ଯିବୁ। ପୁରା ସନ୍ଥ ସମାଜ ଦିଗବିଜୟ ସିଂହଙ୍କ ପକ୍ଷରେ ଅଛନ୍ତି ଓ ତାଙ୍କ ପାଇଁ ପ୍ରଚାର ବି କରିବେ। ମାତ୍ର କମ୍ପ୍ୟୁଟର ବାବାଙ୍କ ଏହି ଭବିଷ୍ୟବାଣୀକୁ ବିଜେପି ଧ୍ୟାନ ଦେଉନି।

{"id":11402,"width":743,"height":594}

ବିଜେପି ପ୍ରବକ୍ତା ରଜନୀଶ ଅଗ୍ରଓ୍ବାଲ କହିଛନ୍ତି, ଠିକାରେ ରାଜନୀତି କରୁଥିବା ଏମିତି ବାବାଙ୍କୁ ନା କେବଳ ରାଜନୀତିର ଉଦ୍ଦେଶ୍ୟକୁ ଖରାପ କରୁଛନ୍ତି ବରଂ ଅଧ୍ୟାତ୍ମିକ ପରମ୍ପରାର ବି ନ​‌ଷ୍ଟ କରୁଛନ୍ତି। ସେ ଦେଶର ଭବିଷ୍ୟର ଜ୍ଞାତା ନୁହେଁ ବରଂ ଖେଳିବା ପାଇଁ ପ୍ରୟାସ କରୁଛନ୍ତି। ଏମିତି ବାବାଙ୍କୁ ସମାଜରେ କେହି ବି ଧ୍ୟାନ ଦିଅନ୍ତି ନାହିଁ     ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.