ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

୩-୩ ଥର ବଦଳିଛି କଂଗ୍ରେସ-ବିଜେପି ଦଳୀୟ ଚିହ୍ନ

ଦେଶର ଦୁଇଟି ପ୍ରମୁଖ ଦଳ ରୂପେ ପରିଚିତ ବିଜେପି ଏବଂ କଂଗ୍ରେସର ଦଳୀୟ ଚିହ୍ନର କାହାଣୀ ମଧ୍ୟ ଅତ୍ୟନ୍ତ ମନୋରମ । ଖୁବ୍‌ କମ ଲୋକଙ୍କୁ ଏହା ଜଣା ଯେ, ବର୍ତ୍ତମାନସୁଦ୍ଧା ଉଭୟ ଦଳ ନିଜର ଦଳୀୟ ଚିହ୍ନକୁ ୩-୩ ଥର ବଦାଳାଇ ସାରିଲେଣି । ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ ରୂପେ ପରିଚିତ କଂଗ୍ରେସର ପ୍ରଥମେ ଚିହ୍ନ ଥିଲା ‘ହଳେ ବଳଦ’ । ୧୯୫୨ରୁ ୧୯୬୯ ପର୍ଯ୍ୟନ୍ତ ପ୍ରାୟ ୧୭ ବର୍ଷ ଧରି କଂଗ୍ରେସର ଏହି ଚିହ୍ନ ବଳବତ୍ତର ରହିଥିଲା । ପରେ କଂଗ୍ରେସ ପକ୍ଷରୁ ଏହି ଚିହ୍ନକୁ ବଦଳାଇ ‘ଗାଈ ବାଛୁରୀ’ କରାଯାଇଥିଲା । ଏହି ଚିହ୍ନ ବେଶି ଦିନ ତିଷ୍ଠି ପାରିନଥିଲା । ୧୯୭୧ରୁ ୧୯୭୭ ମସିହା ଯାଏଁ ମାତ୍ର ୬ ବର୍ଷ ପାଇଁ ଏହା କଂଗ୍ରେସର ଦଳୀୟ ଚିହ୍ନ ରୂପେ ପରିଚୟ ପାଇ ପାରିଲା ।

ପରେ ଦଳର ବରିଷ୍ଠ ନେତାମାନେ ୧୯୭୭ ମସିହାରେ ଏହି ଚିହ୍ନକୁ ହଟାଇ ‘ହାତ ଚିହ୍ନ’କୁ କଂଗ୍ରେସର ଦଳୀୟ ଚିହ୍ନ ରୂପେ ଘୋଷଣା କରିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହାତଚିହ୍ନ କଂଗ୍ରେସର ଦଳୀୟ ଚିହ୍ନ ରୂପେ ପରିଚୟ ପାଇ ପାରିଛି । ଅନ୍ୟପକ୍ଷରେ ବିଜେପି ଦଳରେ ମଧ୍ୟ ପଦ୍ମଫୁଲ ଆରମ୍ଭରୁ ଦଳୀୟ ଚିହ୍ନ ରୂପେ ବ୍ୟବହୃତ ହେଉନଥିଲା । ବିଜେପିର ଜନ୍ମ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନସଂଘ ଦଳରୁ ହୋଇଥିଲା । ୧୯୫୧ରୁ ୧୯୭୭ ମସିହା ପର୍ଯ୍ୟନ୍ତ ଜନସଂଘ ଦଳର ଚିହ୍ନ ଥିଲା ‘ଦୀପ’ ।

୧୯୭୭ରେ ଜରୁରୀକାଳପରେ କଂଗେସ୍ର ବେିରାଧରେ ବେିରାଧୀ ଦଳ ଏକତତ୍ରି ହୋଇଥେିଲ । ଜନସଂଘର ଜନତା ପାର୍ଟିର ବିଲୟ ଘଟିଥିଲା । ପରେ, ଜନତା ପାର୍ଟିର ଚିହ ହେଲା ‘ହଳଧର କୃଷକ’ । କିନ୍ତୁ, ଏହି ଚିହ୍ନ ବେଶୀ ଦିନ ତିଷ୍ଠି ପାରିନଥିଲା । ୧୯୮୦ ମସିହାରେ ଜନସଂଘର ନେତା ଜନତା ପାର୍ଟିରୁ ଅଲଗା ହୋଇଯାଇଥିଲେ । ପରେ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ନେତତୃ୍େୱର ଜନ୍ମ ନେଲା ଭାରତୀୟ ଜନତା ପାର୍ଟି(ବିଜେପି) । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ‘ପଦ୍ମ ଫୁଲ’ ବିଜେପିର ଦଳୀୟ ଚିହ୍ନ ରହିଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.