୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ୨୫/୩: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ତାଲିକାରେ ପ୍ରଥମେ ଅଧ୍ଯକ୍ଷ ରାହୁଲ ଗାନ୍ଧୀ ଓ ଦ୍ୱିତୀୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନାମ ରହିଛି । ତେବେ ଓଡିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ଚିରଞ୍ଜୀବି ବିଶ୍ୱାଳ, ଭକ୍ତଚରଣ ଦାସ ଆଦି ନେତାଙ୍କ ନାଁ ରହିଛି । କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ନାଁ ମଧ୍ୟ ସାମିଲ ଅଛି ।


ୟୁଥ୍ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ୟୁଥ୍ ଆଇକନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଉଛି ଦଳ । ସେହିଭଳି ସେଲିବ୍ରିଟି ଭାବେ ବଲିଉଡ ହିରୋଇନ ନଗମା, ଖୁସବୁ ବିଜୟାଶାନ୍ତି ମଧ୍ଯ ପ୍ରଚାର ମଇଦାନକୁ ଓହ୍ଲାଇବେ । ରାହୁଲଙ୍କ ବ୍ଯତୀତ ଗାନ୍ଧୀ ପରିବାରରୁ ପ୍ରିୟଙ୍କା ଗାନ୍ଧୀ ମଧ୍ଯ ପ୍ରଚାର ମଇଦାନରେ ନଜର ଆସିବେ । ପୂର୍ବରୁ ପ୍ରିୟଙ୍କା ଆମେଠି ଓ ରାୟବରେଲୀରେ ପ୍ରଚାର କରିଆସିଛନ୍ତି ।