ନୂଆଦିଲ୍ଲୀ; ୧୯/୧ : ଗୁଜୁରାଟ ବିଜେପିର ଗଡ଼ । ଏଠାରେ ଡବଲ ଇଞ୍ଜିଡ଼୍ ସରକାର ଚାଲିଛି । ବିଜେପି ସରକାର ଲଗାତାର ରହି ଆସିଛି । ଏଠାରେ ନିର୍ବାଚନ ପାଇଁ ଆହୁରି ଦୁଇବର୍ଷ ବାକି ରହିଛି ମାତ୍ର ଏହା ପୂର୍ବରୁ ଆମ ଆଦମୀ ପାର୍ଟି ପାଇଁ ଏକ ଖୁସି ଖବର ରହିଛି ସର୍ଭେ ରିପୋର୍ଟରେ ରାଜ୍ୟରେ ଦଳର ଉନ୍ନତି ହେଉଛି । ସରକାର ଏବେ ରାଜ୍ୟରେ ନିଜର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିଥିବାବେଳେ ବିରୋଧୀମାନେ ନିଜର ମୋର୍ଚ୍ଚା ସଜାଡ଼ିଛନ୍ତି । ତେବେ ଏହା ପୂର୍ବରୁ କରାଯାଇଥିବା ସର୍ଭେରୁ ଜଣା ପଡ଼ିଛି କି, ଆସନ୍ତା ନିର୍ବାଚନରେ ଆପର ଉନ୍ନତି ହେବାକୁ ଯାଉଛି ।
ସର୍ଭେ ଏଜେନ୍ସ ଭିପ୍ରାଇଡ୍ ଦ୍ବାରା କରାଯାଇଥିବା ସର୍ଭେରେ ୪୦,୦୦୦ ଲୋକ ଯୋଡ଼ି ହୋଇଥିଲେ । ଯେଉଁଥିରେ ଜଣା ପଡ଼ିଛି କି, ବିଜେପିକୁ ବହୁମତ ମିଳିବ । ଅନ୍ୟ କୌଣସି ଦଳ ସହ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ । ଦଳ ଏକାକୀ ୪୯.୯ ପ୍ରତିଶତ ଭୋଟ ପାଇବ । ମାତ୍ର ଆପ୍ ପୂର୍ବ ନିର୍ବାଚନରେ ୫ଟି ଆସନ ପାଇଥିଲା । ମାତ୍ର ଏଥରକ ଆସନ ସଂଖ୍ୟା ବଢ଼ିବା ସହ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇପାରେ । ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି କି, ଆପ୍ ୨୪.୮ ପ୍ରତିଶତ ଭୋଟ ପାଇପାରେ । ଏଥିସହ କଂଗ୍ରେସକୁ ୧୭.୩ ପ୍ରତିଶତ ଭୋଟ୍ ମିଳିବ । ତେବେ ଦିଲ୍ଲୀରେ ଆପର ବଡ଼ ପରାଜୟ ଘଟିଥିବାବେଳେ ଗୁଜୁରାଟରୁ ଖୁସି ଖବର ମିଳିଛି ।
ସୌରାଷ୍ଟ୍ର- କୁଛ ଅଞ୍ଚଳରେ ବିଜେପିକୁ ୪୭ ପ୍ରତିଶତ ଭୋଯ ମିଳିବ ବୋଲି ଆକଳନ କରାଯାଇଥିବାବେଳେ ଆପକୁ ୨୮ ପ୍ରତିଶତ ମିଳିପାରେ । ସେହିପରି କଂଗ୍ରେସକୁ ମାତ୍ର ୧୬ ପ୍ରତିଶତ ମିଳିପାରେ । ଉତ୍ତର ଗୁଜୁରାଟରେ ବିଜେପିର ପଲ୍ଲା ଭାରି ରହିବ । ଏଠାରେ ୫୧ ପ୍ରତିଶତ ମିଳିବାର ଆକଳନ କରାଯାଇଛି । ଯେଉଁଠାରେ କି, ଆପକୁ ୨୨ ଏବଂ କଂଗ୍ରେସକୁ ୧୯ ପ୍ରତିଶତ ମିଳିପାରେ । କେନ୍ଦ୍ରୀୟ ଗୁଜୁରାଟରେ ବିଜେପି ସର୍ବାଧିକ ଭୋଟ ପାଇବାର ଆକଳନ କରାଯାଉଛି । ଏଠାରେ ୫୫ ପ୍ରତିଶତ ଭୋଟ ମିଳିପାରେ ।