ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍

Published By : Harapriya Sethi | July 16, 2025 1:31 PM

ଭୁବନେଶ୍ୱର,୧୬/୦୭: ଆସନ୍ତାକାଲି ଆମେ ଆଠଟି ଦଳ ମିଳିତ ଭାବେ ବନ୍ଦ ଡାକରା ଦେଇଛୁ । ତାହାକୁ ଆପଣମାନେ ସମର୍ଥନ ଦିଅନ୍ତୁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଅନୁରୋଧ କରିଛନ୍ତି । ଶାନ୍ତି, ଶୃଙ୍ଖଳା ଭାବେ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି । ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦେବାକୁ ସେ କହିଛନ୍ତି ।

କଂଗ୍ରେସ ଭବନରେ ମିଳିତ ବିରୋଧୀ ଦଳ ସାମ୍ବାଦିକ ସମ୍ମିଳନୀରେ ଭକ୍ତଚରଣ ଦାସ ଏହା କହିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଘଟଣାରେ ଶାନ୍ତିପୂର୍ଣ ବନ୍ଦ ପାଳନ କରାଯିବ। ସମୁଦାୟ ଚକ, ଅଖ ବନ୍ଦ କରାଯିବ। ସବୁ ବସ୍ ଓ ଟ୍ରକ୍ ସଙ୍ଘକୁ ଅନୁରୋଧ କରୁଛୁ ସହଯୋଗ କରନ୍ତୁ । ସ୍କୁଲ, କଲେଜ ବନ୍ଦ ହେବ । ଅଭିଭାବକମାନେ ସହଯୋଗ କରନ୍ତୁ। ବ୍ୟବସାୟୀ ମାନେ ସହଯୋଗ କରନ୍ତୁ। ଔଷଧ ଦୋକାନ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯିବ । ସରକାର ବଳ ପ୍ରୟୋଗ କଲେ ଅସୁବିଧାରେ ପଡିବେ ବୋଲି ଜୟଦେବ ଜେନା କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ, ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି, ଆରଜେଡିର ହେମନ୍ତ କୁମାର, ସିପିଏମର ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଆଶିଷ କାନୁନଗୋ ପ୍ରମୁଖ ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ମହିଳା କମିଶନ ଅଧ୍ୟକ୍ଷ ନିଯୁକ୍ତ ନକରିବାରୁ ଖୋଭ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.