କୋକସରା,୨୨/୦୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଏକ ଗ୍ରାମର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଆମପାଣି ଥାନାରେ ଅଭିଯୋଗ କରିଥିଲେ। ବାଘଝରନପଡାର ନକୁଳ ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରିଛି। ଜିଲ୍ଲା କଂଗ୍ରେସ କମିଟିର ନିର୍ଦେଶରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କଂଗ୍ରେସର ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷା ଦ୍ରୌପଦୀ ମାଝୀଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ନାବାଳିକା ପରିବାରଙ୍କୁ ସାକ୍ଷାତ କରିବା ସହ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ। ଏଥି ସହ କଂଗ୍ରେସ ଦଳ ସବୁବେଳେ ପରିବାର ସହ ରହିଛି ବୋଲି ଆଶ୍ୱାସନା ଦେବା ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।
କଂଗ୍ରେସର ଏହି ପ୍ରତିନିଧି ଦଳରେ ଜ୍ୟୋତ୍ସ୍ନାମୟୀ ବଗର୍ତ୍ତି,ମନ୍ଦାକିନି ବାଣୁଆ, ମାଣିକ୍ୟ ସୁନା, ବ୍ଲକ ସଭାପତି ଲିଙ୍ଗରାଜ ବେହେରା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା,ଯୋନ ସଭାପତି ଆମପାଣି ହରିଶ୍ଚନ୍ଦ୍ର ନାଏକ, ଯୁବ ନେତା ତ୍ରିଭୁବନ ନାଏକ,ଅରୁଣ କୁମାର ମାଝୀ,ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ଅଜୟ କୁମାର ପଣ୍ଡା, ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।