PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କଂଗ୍ରେସରୁ ଶ୍ରୀକାନ୍ତ, ସଗରିଆ ବିଦା

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ମହଙ୍ଗା ପଡ଼ିଲା ଦଳ ବିରୋଧୀ ବୟାନବାଜି । କଂଗ୍ରେସରୁ ବିଦା ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି କଂଗ୍ରେସ । ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଏଭଳି ବଡ଼ କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିରେ ହଇଚଇ ଖେଳାଇ ଦେଇଛି । ଏଭଳି ରାତି ଅଧିଆ କାର୍ଯ୍ୟାନୁଷ୍ଠାନରେ କଂଗ୍ରେସ ଶିବିରରେ ବଡ଼ କମ୍ପନ ସୃଷ୍ଟି କରିଛି ।
ଆଜି ବିଳମ୍ବିତ ରାତିରେ ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ଏହି ବହିଷ୍କୃତ ନିର୍ଦ୍ଦେଶାନାମାର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଅନନ୍ତ ଦର୍ଶାଇଛନ୍ତି, ଶ୍ରୀକାନ୍ତ ଓ ସଗରିଆ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ । ପିସିସି ପଦାଧିକାରୀଙ୍କ ବିରୋଧରେ ନ୍ୟୁନ ଟିପ୍ପଣୀ ରଖି ଆସୁଥିଲେ । ଦଳକୁ କ୍ଷତି ପହଞ୍ଚାଇବା ଉବ୍ଦେଶ୍ୟରେ ଗଣମାଧ୍ୟମରେ ବୟାନବାଜି ଚଳାଉଥିଲେ । ଏଥିପାଇଁ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ନିଷ୍ପତ୍ତି ଓ ଅନୁମୋଦନକ୍ରମେ ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ବହିଷ୍କାର କରାଯାଇଛି ।
ଏହି ଖବର କଂଗ୍ରେସ ରାଜନୀତିରେ ବଡ଼ କମ୍ପନ ସୃଷ୍ଟି କରିଛି । ଶ୍ରୀକାନ୍ତଙ୍କ ଶିବିରକୁ ଜୋରଦାର ଝଟ୍‌କା ଲାଗିଛି । ଏପଟେ ରାହୁଲଙ୍କ ଗସ୍ତ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକଦମ୍‌ ଆକ୍ସନ ମୁଡ୍‌କୁ ଓହ୍ଲାଇଛନ୍ତି । ନବ ଦାସ, ଯୋଗେଶ ସିଂହଙ୍କ ପରେ ଶ୍ରୀକାନ୍ତଙ୍କ ଭଳି ବଡ଼ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ହାଇକମାଣ୍ଡ କଠୋର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ଯିଏ ଦଳ ବିରୋଧରେ ମୁହଁ ଖୋଲିବ କିମ୍ବା ମନମାନି କରିବ, ସିଏ ବିଦା ହେବ । ଯେତେ ବଡ଼ ନେତା ହେଲେ ବରଦାସ୍ତ କରାଯିବନି ।
ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା । ଏଥର ନିରଞ୍ଜନ ପିସିସି ସଭାପତି ହେବା ପରେ ଏହି ବିବାଦ ଆହୁରି ବଢ଼ିଥିଲା । ମଝିରେ ମଝିରେ ଶ୍ରୀକାନ୍ତ ଏଭଳି ବୟାନ ଦେଉଥିଲେ, ଯାହା ନିରଞ୍ଜନଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା । କେତେବେଳେ ଖଣି ଦୁର୍ନୀତି ତ କେତେବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିବାଦୀୟ ମତ ରଖୁଥିଲେ । ବିବାଦ ବେଶି ବଢ଼ିଥିଲା, ଯେତେବେଳେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେ । ଏହା ପରଠୁ ସଗରିଆ ଶ୍ରାକାନ୍ତଙ୍କ ସହ ମିଶି ବାରମ୍ବାର ପିସିସି ବିରୋଧୀ ମନ୍ତବ୍ୟ ଦେଇ ଚାଲିଥିଲେ ।
ନିରଞ୍ଜନଙ୍କ ଟିମ୍‌ର ଅଭିଯୋଗ ହେଲା, ସଗରିଆଙ୍କ ପଛରେ ଶ୍ରୀକାନ୍ତ ରହିଛନ୍ତି । ପିସିସି ଯେତେବେଳେ ବାଲେଶ୍ୱରରେ ଦଳିତ ସମାବେଶ କଲା, ଶ୍ରୀକାନ୍ତ ବି ସେଠାରେ ପୃଥକ ସମାବେଶ କଲେ । ଭୁବନେଶ୍ୱରରେ ପିସିସି ଦଳିତ ସମାବେଶ କରିବା ପରେ ଆଉ ଏକ ସମାବେଶ ଅ।।ୟୋଜିତ ହୋଇଥିଲା । ଯାହାର ନେତୃତ୍ୱ ସଗରିଆ ନେଇଥିଲେ, ଆଉ ମୁଖ୍ୟ ଭୂମିକାରେ ଥିଲେ ଶ୍ରୀକାନ୍ତ । ଏଠାରୁ ପିସିସି ବନାମ ଶ୍ରୀକାନ୍ତ-ସଗରିଆ ଯୋଡ଼ି ଲଢ଼େଇ ତୀବ୍ର ହୋଇଥିଲା । ଶ୍ରୀକାନ୍ତ ଓ ସଗରିଆଙ୍କ ବିଭିନ୍ନ ବୟାନ ଦଳ ପାଇଁ ସଙ୍କଟ ସୃଷ୍ଟି କରୁଥିବା ନିରଞ୍ଜନଙ୍କ ଟିମ୍‌ ବାରମ୍ବାର ଏଆଇସିସି ନିକଟରେ ଅଭିଯୋଗ କରି ଆସୁଥିଲା ।
ବିବାଦ ବେଶି ବଢ଼ିବାରୁ ଶେଷରେ ହସ୍ତକ୍ଷେପ କରିଥିଲା ଏଆଇସିସିି । ନିରଞ୍ଜନଙ୍କ ଟିମ୍‌ର ଦାବି ଅନୁଯାୟୀ ଶ୍ରୀକାନ୍ତଙ୍କ ପକ୍ଷ ଛେଦନ ପ୍ରକ୍ରିୟା ଆରମ୍ଭ କରିଥିଲା ଏଆଇସିସି । ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ନିକଟରେ ଶ୍ରୀକାନ୍ତଙ୍କୁ ପିସିସିର ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ହଟାଇଥିଲା ଏଆଇସିସି । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରାଗଲ।। । ଏହା ପରେ ଶ୍ରୀକାନ୍ତ ରାଗରେ ପିସିସିର ସବୁ ପଦପଦବୀରୁ ଇସ୍ତଫା ଦେଇଥିଲେ । ଏହାସତ୍ତେ୍ୱ ଶ୍ରୀକାନ୍ତ ଚୁପ୍‌ ବସିନଥିଲେ । ନିରଞ୍ଜନଙ୍କୁ ଘେରିବା ପାଇଁ ବିଭିନ୍ନ ବୟାନବାଜି ଚଳାଇଥିଲେ । ସଗରିଆ ବି ଲଗାତାର ନିରଞ୍ଜନଙ୍କୁ ଟାର୍ଗେଟ କରି ଆସୁଥିଲେ । ଖୋଲିଖୋଲି ନିରଞ୍ଜନଙ୍କ ନେତୃତ୍ୱକୁ ଚାଲେଞ୍ଜ ଦେଇଥିଲେ ।
ଶେଷରେ ପିସିସି ଶୃଙ୍ଖଳା କମିଟି ଏଆଇସିସିକୁ ପ୍ରସ୍ତାବ ଦେଇଥିଲା, ବହୁତ ହୋଇଗଲା, ଏଥର ଶ୍ରୀକାନ୍ତ ଓ ସଗରିଆଙ୍କୁ ଦଳରୁ ହଟାଯାଉ । ଏଆଇସିସି ବହୁ ବିଚାର କରିବା ପରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ ଉପରେ ମୋହର ମାରିଛି । ରାହୁଲଙ୍କ ଗସ୍ତ ପୂର୍ବରୁ ଦଳୀୟ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଆକ୍ସନ ମୁଡ୍‌କୁ ଆସିଛି କଂଗ୍ରେସ । ନବ ଦାସ ଓ ଯୋଗେଶ ସିଂଙ୍କ ପରେ ପାଳି ପଡ଼ିଛି ଶ୍ରୀକାନ୍ତ ଓ ସଗରିଆଙ୍କର ।
ଶ୍ରୀକାନ୍ତଙ୍କ ଭଳି ଅଭିଜ୍ଞ ରାଜନେତା ବି ଚୁପ୍‌ ବସିବା ସମ୍ଭାବନା କମ୍‌ । ଶ୍ରୀକାନ୍ତ ଆଗାମୀଦିନରେ କେଉଁ ଗୋଟି ଚାଳନା କରିବେ, ତାହା ଉପରେ ସଭିଙ୍କ ନଜର ଅଟକିଛି । ତାଙ୍କ ସମର୍ଥକମାନେ କଂଗ୍ରେସରେ ରହିବେ ନା ଦଳ ଛାଡ଼ିବା, ତାହା ବି ଏକ ବଡ଼ ପ୍ରଶ୍ନ ।

ସମ୍ବନ୍ଧିତ ଖବର