PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଜାମିନ ମିଳିବା ପରେ ମହାତ୍ମା ଗାନ୍ଧିଙ୍କୁ ମନେ ପକାଇଲେ ରାହୁଲ ଗାନ୍ଧି, ଟ୍ବିଟ୍‌ କରି ଲେଖିଲେ ଏମିତି

ନୂଆଦିଲ୍ଲୀ ୨୩/ ୦୩: ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଗୁଜରାଟ ସୁରତ ଜିଲ୍ଲା କୋର୍ଟରେ ଏହି ମାମଲା ବିଚାରାଧୀନ ଥିଲା । ୨୦୧୯ ଲୋକସଭା ନିର୍ବାଚନ ବେଳେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧି । ଏ ନେଇ ବିଜେପି ନେତା ତଥା ବିଧାୟକ ପୂର୍ଣ୍ଣେଶ୍ ମୋଦି ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି ଗତ ଶୁକ୍ରବାର କରାଯାଇଥିବା ବେଳେ ଗୁରୁବାର ରାୟ ପ୍ରକାଶ ପାଇଛି । ଯେଉଁଥିରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ୨ ବର୍ଷର ଜେଲ୍‌ ଦଣ୍ଡ ଓ ୧୫ ହଜାର ଟଙ୍କାର ଆର୍ଥିକ ଦଣ୍ଡ ଶୁଣାଇଥିଲେ କୋର୍ଟ ।

ଜାମିନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନତା ତଥା ସାଂସଦ ରାହୁଲ ଗାନ୍ଧି । ମହାତ୍ମା ଗାନ୍ଧିଙ୍କ ଏକ ଉକ୍ତିକୁ ମନେ ପକାଇବା ସହିତ ଟ୍ବିଟ୍‌ କରି ସେ ଲେଖିଛନ୍ତି, ‘ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ହେଉଛି ମୋ ଭଗବାନ । ଅହିଂସା ହେଉଛି ତାହାକୁ ପାଇବାର ସାଧନ-ମହାତ୍ମା ଗାନ୍ଧି’।

ସୂଚନା ଥାଉକି, ୨୦୧୯ ଲୋକସଭା ନିର୍ବାଚନ ବେଳେ ମୋଦି ସାଙ୍ଗିଆ (ମୋଦି ସରନେମ୍)କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ଏ ନେଇ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରି କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଆଇପିସିର ଧାରା ୫୦୪ ଅନୁଯାୟୀ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରତ୍‌ ଜିଲ୍ଲା କୋର୍ଟ । ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କର୍ଣ୍ଣାଟକର କୋଲାରରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ‘ସମସ୍ତ ଚୋରଙ୍କ ସାଙ୍ଗିଆ ମୋଦି କାହିଁକି?’ ରାହୁଲଙ୍କ ଏଭଳି ବୟାନ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ସେବେଠାରୁ ମାମଲା କୋର୍ଟରେ ବିଚାରାଧୀନ ଥିଲା ।

ଗତ ଶୁକ୍ରବାର ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଗୁରୁବାର ଏହାର ରାୟ ପ୍ରକାଶ ପାଇଥିବା ବେଳେ କୋର୍ଟରେ ରାହୁଲ ଗାନ୍ଧି ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ୩ ଥର ସେ କୋର୍ଟରେ ହାଜର ହୋଇଥିଲେ । ଅବଶ୍ୟ ଦୋଷୀ ସାବ୍ୟସ୍ତ ହେବା ପରେ ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ନ୍ୟାୟାଳୟ ।