PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

କଂଗ୍ରେସ ନେତା ବିକେ ହରିପ୍ରସାଦଙ୍କ ବିବାଦୀୟ ମନ୍ତବ୍ୟ: ପୁଲଓ୍ବାମା ଆକ୍ରମଣ ମୋଦି ଓ ଇମ୍ରାନଙ୍କ ମ୍ୟାଚ୍ ଫିକ୍ସିଂ ଫଳାଫଳ

ନୂଆଦିଲ୍ଲୀ,୭।୩: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦିଓ ପୁଲଓ୍ବାମା ଆକ୍ରମଣ ଘଟଣାକୁ ନେଇ ରାଜନୀତି ନ କରିବାକୁ କହୁଛନ୍ତି କିନ୍ତୁ ଦଳର ଜଣେ ବରିଷ୍ଠ ନେତା ଏହି ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ। କଂଗ୍ରେସ ନେତା ବିକେ ହରିପ୍ରସାଦଙ୍କ କହିଛନ୍ତି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମଧ୍ୟରେ ମ୍ୟାଚ୍ ଫିକ୍ସିଂର ଫଳାଫଳ। ପୁଲଓ୍ବାମା ଆକ୍ରମଣ ଘଟଣା ଉପରେ ଯଦି ନଜର ପକାଇବେ ସେଥିରୁ ଏହା ଜଣାପଡୁଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସ୍ପଷ୍ଟ କରିବାକୁ ଚାହେଁ ଯେ ମୋଦି ଓ ଇମ୍ରାନଙ୍କ ମଧ୍ୟରେ ଏହା କି ପ୍ରକାର ମ୍ୟାଚ୍ ଫିକ୍ସିଂ ଥିଲା? ତାଙ୍କ ଅଜାଣତରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ହୋଇପାରିବନି।

କଂଗ୍ରେସର ରାଜ୍ୟସଭା ସାଂସଦ ବିକେ ହରିପ୍ରସାଦଙ୍କ ଏହି ବୟାନ ଏବେ ପାର୍ଟି ପାଇଁ ବିପଦ ଆଣିପାରେ। ଏବେ ହରିପ୍ରସାଦ ଲଗାତାର ଭାବରେ ବିଜେପିକୁ ରାଫେଲ ଏବଂ ପୁଲଓ୍ବାମା ଘଟଣା ନେଇ ଘେରିବାରେ ଲାଗିଛନ୍ତି। ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିଲେ। ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସକୁ ସମାଲୋଚନାର ପାତ୍ର ହେବାକୁ ପଡିଥିଲା। ବିଶେଷ କରି ସୋସିଆଲ ମିଡିଆରେ ଦିଗବିଜୟଙ୍କୁ ଟାର୍ଗେଟ କରାଯିବା ପରେ ଦଳ ପକ୍ଷରୁ ମଧ୍ୟ କଡା ସମାଲୋଚନା କରାଯାଇଥିଲା।