ମହାକାଳପଡ଼ାର ବହୁ କଂଗ୍ରେସ ନେତା ବିଜେଡିରେ ସାମିଲ

ଭୁବନେଶ୍ବର,13।1(ବୁୟରୋ): ମହାକାଳପଡ଼ା ନିର୍ବ।ଚନମଣ୍ଡଳୀର ବହୁ କଂଗ୍ରେସ ନେତାଙ୍କ ସହ ଶତାଧିକ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ରାମନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଶୁକ୍ଳାଙ୍କ ନେତୃତ୍ବରେ ରାମନଗର ବଜାର କମିଟିର ସଭାପତି ନିକୁଞ୍ଜ ସିକଦାର, ସୁମଙ୍ଗଳ ରାୟ, ପରିମଳ ଧଡ଼ା, ନୀଳମଣି ସାମଲ, ଅମଲ ରାୟ, ମଧୁସୂଦନ କର, ଜୟଦେବ ମଣ୍ଡଳ, ବାଇଧର ସାମଲ ଓ ପବନ ସରକାର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାକ କର୍ମୀ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଶ୍ରୀଧର ସାମଲ, ସରପଞ୍ଚ ମୃତୁୟଞ୍ଜୟ ମଣ୍ଡଳ, ପ୍ରମୋଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ମହାକାଳପଡ଼ାର ବିକାଶ ଧାରାକୁ ଆହୁରି ଆଗେଇ ନେବା ପାଇଁ ବିଜେଡିରେ ଯୋଗ ଦେଇଥିବା ସମସ୍ତେ କହିଥିଲେ। ବିଧାୟକ ଶ୍ରୀ ନାୟକ ସମସ୍ତଙ୍କୁ ଦଳରେ ସ୍ବାଗତ କରିଥିଲେ।