ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

କଟି କଟି ଯାଉଛି କଂଗ୍ରେସ ଗଛ

ଭୁବନେଶ୍ୱର,୨୦ ।୧(ବ୍ୟୁରୋ): ପିସିସି ସଭାପତି ନିରଂଜନ ପଟ୍ଟନାୟକ ବସିଥିବା କଂଗ୍ରେସ ଗଛର ଡାଳ ଗୋଟିଏ ପରେ ଗୋଟିଏ କଟି ଚାଲିଛି । ନବକିଶୋର ଦାସ, ଯୋଗେଶ ସିଂହ ଯାଇଥିଲେ । ଏହା ପରେ ଗଲେ ମହିଳା କଂଗ୍ରେସ ରାଜ୍ୟ ଉପସଭାପତି ଜୟଶ୍ରୀ ପଟ୍ଟନାୟକ । ଗତକାଲି ଦଳରୁ ବହିଷ୍କୃତ ହେଲେ କୃଷ୍ଣ ସଗରିଆ ଓ ଶ୍ରୀକାନ୍ତ ଜେନା । ଆଉ ଆଜି ବରୀର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ, ପିସିସି ସଦସ୍ୟ ତଥା ୨୦୧୪ରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଗଗନ ବିହାରୀ ଜେନା ମଧ୍ୟ ଦଳ ଛାଡିଛନ୍ତି । ସେପଟେ ରାହୁଲ ଗାନ୍ଧୀ ଆସୁଛନ୍ତି ୨୫ରେ । ରାହୁଲ ଆସିବା ପୂର୍ବରୁ ଏହି ସବୁ ନେତାଙ୍କ କଂଗ୍ରେସରୁ ବିଦା ହେବା ରାଜ୍ୟ କଂଗ୍ରେସ ପାଇଁ ଏକ ଶକ୍ତ ଧକ୍କା ।
ଗତକାଲି ଶ୍ରୀକାନ୍ତଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା । ଏହା ପରେ ଆଜି ସକାଳେ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀକାନ୍ତ ରାହୁଲ ଓ ନିରଞ୍ଜନଙ୍କ ବିରୋଧରେ ବର୍ଷିଛନ୍ତି । ଆସନ୍ତା ୨୫ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମହାଖୁଲାସା କରିବେ ବୋଲି ଚେତାବନୀ ଦେଇଛନ୍ତି । ଯାହା ଶୁଣିବା ପରେ ରାହୁଲ ସାରା ଭାରତରେ କେଉଁଠି ମୁହଁ ଦେଖାଇ ପାରିବେ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି ।
ଶ୍ରୀକାନ୍ତ କହିଛନ୍ତି, ରାହୁଲ ଖଣି ମାଫିଆଙ୍କ ହାତରେ ଦଳକୁ ଟେକି ଦେଇଛନ୍ତି । ଓଡ଼ିଶାରେ ରାହୁଲ ଓ ନବୀନଙ୍କ ମଧ୍ୟରେ ମହାଗଠବନ୍ଧନ ହୋଇଛି । ଆଜି କଂଗ୍ରେସର ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତି ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ । ଯାହାଙ୍କୁ ଓଡ଼ିଶା ହାଇକୋର୍ଟ ଲାଞ୍ଚ ଦେଇଥିବା ବ୍ୟକ୍ତି ବୋଲି ଭର୍ତ୍ସନା କରିଛନ୍ତି । ସେତିକି ନୁହଁ ନବୀନ ଖଣି ମାଫିଆଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରିବାର ସୁଯୋଗ ଦେବା ପରେ ସେମାନେ କଳା ଟଙ୍କା ଆଣି ରାଜନୀତିରେ ଲଗାଉଛନ୍ତି ବୋଲି ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଖଣି ମାଫିଆଙ୍କ ମଧ୍ୟରେ ହୋଇଥିବା ମହାଗଠବନ୍ଧନ ବିରୋଧରେ ଆଗାମୀ ଦିନରେ ବୁଲି ବୁଲି ରାଜ୍ୟବ୍ୟାପୀ ପ୍ରଚାର କରିବେ ବୋଲି ଶ୍ରୀକାନ୍ତ କହିଛନ୍ତି ।
ଶ୍ରୀକାନ୍ତଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଶ୍ରୀକାନ୍ତ କଂଗ୍ରେସରୁ ସାଂସଦ ହୋଇଛନ୍ତି, କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏବେ ଦଳ ବିରୋଧରେ କହିବା ତାଙ୍କ ମୁହଁରୁ ଶୋଭା ପାଉନି । ସେହିପରି ଶ୍ରୀକାନ୍ତ ଉଠାଉଥିବା ହାଇକୋର୍ଟ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ବାବଦରେ ସେ ଜାଣିନାହାନ୍ତି ବୋଲି ନିରଞ୍ଜନ କହିଛନ୍ତି । କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି । ସେ କୌଣସି ଦଳବିରୋଧୀ କାର୍ଯ୍ୟ କରିନଥିବା କହିଛନ୍ତି । ସାମାଜିକ ନ୍ୟାୟ ଆନ୍ଦୋଳନ ପାଇଁ କାମ କରିବା ଯଦି ଦଳବିରୋଧୀ, ତେବେ ଆଗାମୀ ଦିନରେ ସେଭଳି କାମ ସେ ଜାରି ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ ରାଜ୍ୟବ୍ୟାପୀ ସଭା କରିବେ ବୋଲି କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.