PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଗୁଜରାଟରେ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ନା

ଗାନ୍ଧୀନଗର,୨୮ ।୩(ଏଜେନ୍ସି): ଗୁ୍‌ଜରାଟରେ ଆଗାମୀ ଲୋକସଭା ନିର୍ବାଚନ ଓ ୫ଟି ବିଧାନସଭା ପାଇଁ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ସହିତ କୌଣସି ମେଣ୍ଟ କରିବ ନାହିଁ ଏନ୍‌ସିପି । ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟଶାଖା ସଭାପତି ଜୟନ୍ତ ବକ୍ସି । ସେ କହିଛନ୍ତି ଏନ୍‌ସିପି ରାଜ୍ୟର ସମସ୍ତ ୨୬ଟି ଯାକ ଲୋକସଭା ଆସନ ଓ ଉପନିର୍ବାଚନ ହେବାକୁ ଥିବା ୫ଟି ଯାକ ବିଧାନସଭା ଆସନରେ ଦଳ ଏକାକୀ ଲଢ଼ିବ । ସେ ଏକଥା ମଧ୍ୟ କହିଛନ୍ତି ଏନ୍‌ସିପି ମେଣ୍ଟ କରିବା ପାଇଁ ପୂର୍ବରୁ ବହୁଥର ଉଦ୍ୟମ କରିଆସିଛି । ମାତ୍ର କଂଗ୍ରେସ ଧରାଛୁଆଁ ଦେଉନାହିଁ । ତେଣୁ ଆମେ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବା ଲାଗି ନିଷ୍ପତ୍ତି ନେଇଛୁ ବୋଲି ବକ୍ସି କହିଛନ୍ତି ।

ବିଜେପିକୁ ପରାଜିତ କରିବା ଲାଗି କଂଗ୍ରେସ ଓ ଏନ୍‌ସିପି ମହାମେଣ୍ଟରେ ସାମିଲ ହେବା ନେଇ ଗତ କିଛିମାସ ପୂର୍ବରୁ ଯୋଜନା ହୋଇଥିଲା । ମାତ୍ର ମହାମେଣ୍ଟ ଗଠନ ଫସର ଫାଟିବା ପରେ ଉଭୟ ଦଳ ମହାରାଷ୍ଟ୍ରରେ ଆସନ ବୁଝାମଣା କରିଛନ୍ତି । ସେଥିପାଇଁ ଗୁଜରାଟରେ ମଧ୍ୟ ଉଭୟ ଦଳ ବୁଝାମଣା କରିବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ବର୍ତ୍ତମାନ ବକ୍ସିଙ୍କ ଏହି ଘୋଷଣା ପରେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । କିନ୍ତୁ ଏନ୍‌ସିପିର ଏହି ଘୋଷଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ମନୀଷ ଦୋଷୀ । ସେ କହିଛନ୍ତି ଧର୍ମନିରପେକ୍ଷ ଭୋଟ ବିଭାଜନ ନକରିବାକୁ ଏନ୍‌ସିପି କହୁଥିଲା ବେଳେ କାମ କିନ୍ତୁ ବିପରୀତ କରୁଛି । ଏନ୍‌ସିପିର ଏହ ିପଦକ୍ଷେପ ଯୋଗୁ ବେିଜପ ିଫାଇଦା ଉଠାଇବ ।

ଅତୀତରେ ମଧ୍ୟ କଂଗ୍ରେସ ସହିତ ଏନ୍‌ସିପିର ମେଣ୍ଟ ହୋଇଥିଲା । ଏଥର ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଏନ୍‌ସିପି ଏକାକୀ ଲଢ଼ିବ ବୋଲି ଘୋଷଣା କରିବା ପରିତାପର ବିଷୟ । ତଥାପି ସମୟ ଅଛି ଏନ୍‌ସିପି ଆତ୍ମସମୀକ୍ଷା କରିବା ସହ କଂଗ୍ରେସ ସହିତ ମେଣ୍ଟ ଗଠନ କରିବାକୁ ଉଦ୍ୟମ କରିବା ଆବଶ୍ୟକ । କିନ୍ତୁ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଶଙ୍କର ସିଂହ ବାଘେଲା ଗତ ଜାନୁଆରୀ ମାସରେ ଏନ୍‌ସିପିରେ ସାମିଲ ହେବା ପରେ କଂଗ୍ରେସ ସହ ଆସନ ବୁଝାମଣା ଖେଳ ବିଗିଡି ଯାଇଛ ।ି ୨୦୧୭ରେ ସେ କଂଗ୍ରେସ ଛାଡଥିôଲେ । କନ୍ତିୁ ଅଭେିଯାଗ ହୋଇଛି କି ବିରୋଧୀଙ୍କ ଭୋଟ ବିଭାଜନ ପାଇଁ ବିଜେପି ପକ୍ଷରୁ ତାଙ୍କୁ ବ୍ୟବହାର କରାଯାଉଛି । ହେଲେ ଏନ୍‌ସିପି ଗୁଜରାଟରେ କିଭଳି ପ୍ରାର୍ଥୀ ଘୋଷଣା କରିବ ଓ ତାହା କଂଗ୍ରେସ ଉପରେ କି ପ୍ରଭାବ ପକାଇବ ତାହା ଆଗକୁ ଦେଖିବାକୁ ବାକି ଅଛି । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ବୁଝାମଣା ଅନୁସାରେ ଏନ୍‌ସିପିକୁ ଗୋଟିଏ ଆସନ ଦିଆଯାଇଥିଲା । ପୋରବନ୍ଦର ଆସନରେ ଦଳ କନ୍ଧଲ ଜାଡେଜାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ । ଜାଡେଜା ବର୍ତ୍ତମାନ ବିଧାନସଭାରେ ଏନ୍‌ସିପିର ଏକମାତ୍ର ବିଧାୟକ ଅଛନ୍ତି ।