ନୂଆଦିଲ୍ଲୀ; ୧୧/୧ : ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧି । ଛାତିରେ ଇନଫେକ୍ସନ ହୋଇଥିବା କାରଣରୁ ସେ ଗତ ୫ ତାରିଖ ଦିନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ସ୍ବାସ୍ଥ୍ୟରେ ସୁଧାର ଆସିଥିବାବେଳେ ଘରକୁ ଫେରିଛନ୍ତି । ସାର ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ ଡା.ଅଜୟ ସ୍ବରୁପ କହିଛନ୍ତି କି, ସୋସିଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେଉଥିବାବେଳେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏବେ ସେ ଘରେ ଚିକିତ୍ସିତ ହେବେ । ତାଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ବହୁ କଂଗ୍ରେସ ନେତା ।

 

ସୋନିଆ ଗାନ୍ଧି ଗତ ୫ ତାରିଖ ଦିନ ରାତି ୧୦ଟାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ନିଶ୍ବାସ ନେବାରେ ଅସୁବିଧା ଉପୁଜିଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଆଡ଼ମିଟ୍ ହେବାକୁ ପଡ଼ିଥିଲା । ଥଣ୍ଡା ପାଗ ଏବଂ ପ୍ରଦୂଷଣ କାରଣରୁ ଏହା ବଢ଼ି ଯାଇଥିଲା । ଏଣୁ ତାଙ୍କୁ ମେଡିକାଲରେ ରହିବାକୁ ପଡ଼ିଥିଲା । ଡାକ୍ତର କହିଛନ୍ତି କି, ଏବେ ସେ ସତର୍କତା ଅବଲମ୍ବନ କରିବେ ଏବଂ ଘରେ ଚିକିତ୍ସିତ ହେବେ । ଏବେ ସେ ଆଣ୍ଟିବାୟୋଟିକ୍ ଏବଂ ବହୁ ସହାୟକ ମେଡିସିନ୍ ଖାଉଛନ୍ତି । ତେବେ ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୋନିଆ ।