ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ରାଜନୀତି ସରଗରମ: ଜଗିଛନ୍ତି କର୍ମୀ, ପିସିସି କମିଟି କେବେ ? ଦିଲ୍ଲୀରେ ଡେରା ପକାଇଛନ୍ତି ବରିଷ୍ଠ କଂଗ୍ରେସ ନେତା

ଭୁବନେଶ୍ୱର,୨୦/୦୩: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେଠୁ ସରଗରମ ହେଲାଣି । ପ୍ରତିଦିନ ବିଜେଡି ଓ ବିଜେପି ଗଣମାଧ୍ୟମରେ ଛାଇ ଯାଉଛନ୍ତି । ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ପରସ୍ପର ଗୋହି ଖୋଳାଖୋଳି ହେଉଛନ୍ତି । ହେଲେ ପଛରେ ପଡ଼ି ଯାଇଛି କଂଗ୍ରେସ । ନୂଆ ପିସିସି ସଭାପତି ନିଯୁକ୍ତିକୁ ୧୦ ମାସ ହେଲାଣି । ତଥାପି କମିଟି ଘୋଷଣା ହୋଇପାରୁନି । ଜଗିଛନ୍ତି କର୍ମୀ, ପିସିସି କମିଟି କେବେ ବୋଲି ପ୍ରତିଦିନ ବଡ଼ ନେତାଙ୍କୁ ପଚାରୁଛନ୍ତି । ହେଲେ ଉତ୍ତର ନ ମିଳିବାରୁ ନିରାଶ ହେବାକୁ ବସିଲେଣି । ଶୀଘ୍ର ପିସିସି କମିଟି ଘୋଷଣା ନହେଲେ ଦଳ ଆହୁରି ବିପର୍ଯ୍ୟୟ ସ୍ଥିତିକୁ ପଳାଇବ ବୋଲି ବହୁ ନେତା ଖୋଲାଖୋଲି କହିବା ଆରମ୍ଭ କଲେଣି ।

ଅପରପକ୍ଷେ, ଦିଲ୍ଲୀରେ ଡେରା ପକାଇଛନ୍ତି ବହୁ କଂଗ୍ରେସ ନେତା । ନୂଆ କମିଟି ନେଇ ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ ଏ ଚେଲ୍ଲାକୁମାର ତର୍ଜମା କରିବା ପରେ ଏଆଇସିସିରେ ରିପୋର୍ଟ ଦାଖଲ ବି କରି ସାରିଛନ୍ତି । ତେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ କର୍ଣ୍ଣାଟକ ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି । ସେଥିରୁ ସମୟ ବାହାର କରି ଏଆଇସିସି ସଭାପତି ଶ୍ରୀ ଖଡ୍‌ଗେ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ କମିଟି ଯେ କୌଣସି ମୁହୂର୍ତ୍ତରେ ଘୋଷଣା କରି ପାରନ୍ତି ବୋଲି ଦିଲ୍ଲୀରେ ଡେରା ପକାଇଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ନେତାଙ୍କ କହିବା ଅନୁସାରେ ପିସିସି କମିଟି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ତେଣୁ ଏବେଠୁ କମିଟି ଘୋଷଣା ନକଲେ ପିସିସି ସଭାପତିଙ୍କୁ ଦଳୀୟ କାର୍ଯ୍ୟକ୍ରମ ପରିଚାଳନା କରିବା କଷ୍ଟକର ବ୍ୟାପାର ହୋଇ ପଡିବ ବୋଲି ଦିଲ୍ଲୀ ନେତାଙ୍କୁ ବୁଝାଇବାକୁ ପଡୁଛି । ଆସନ୍ତାକାଲି(ସୋମବାର) ଜଣେ ପୂର୍ବତନ ସାଂସଦଙ୍କ ସମେତ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ନୂଆଦିଲ୍ଲୀ ଯିବେ । ତେବେ ପିସିସି ନୂଆ କମିଟିରେ କଂଗ୍ରେସରେ ନୂଆ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଗୁରୁଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଏପରିକି ପିସିସି କାର୍ଯ୍ୟକାରୀ ସଭାପତି ଭଳି ଦାୟିତ୍ୱ ମିଳିପାରେ ବୋଲି କଂଗ୍ରେସ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ଅପରପକ୍ଷେ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ସି ଏସ୍‌ ରାଜନ୍‌ ଏକ୍କା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ମଧ୍ୟ ନୂଆ କମିଟିରେ ଗୁରୁଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Copyright © 2022 - Summa Real Media Private Limited. All Rights Reserved.