PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ଖଡ଼ଗେ ଓ ଥରୁରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା, ତ୍ରୀପାଠିଙ୍କ ଫର୍ମ ଖାରଜ

pic- internet

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ତାରିଖ ଶେଷ ହୋଇଛି। ଏଥିରେ ମୋଟ ତିନି ଜଣ ନେତା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିଲେ। ହେଲେ ଜଣଙ୍କର ନାମାଙ୍କନ ପତ୍ର ଖାରଜ ହୋଇଥିବା ନେଇ କଂଗ୍ରେସ ନିର୍ବାଚନ ଅଧିକାରୀ ମଧୂସୁଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ କାଲି ଯାଏ ଆମକୁ ୨୦ ଟି ଫର୍ମ ମିଳିଥିଲା। ସେହି ଫର୍ମଗୁଡ଼ିକର ଯାଞ୍ଜ ଆଜି କରାଯାଇଥିଲା। ୨୦ ଟି ଫର୍ମରୁ ୪ ଟି ଫର୍ମ ଖାରଜ କରାଯାଇଛି। ମିସ୍ତ୍ରୀ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆମର ଦୁଇ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ସେମାନେ ହେଲେ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡ଼ଗେ। ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୮ ବୋଲି ମିସ୍ତ୍ରୀ କହିଛନ୍ତି।  

ଖଡ଼ଗେ ୧୪ ଟି ଫର୍ମ ଦାଖଲ କରିଥିବା ବେଳେ ଥରୁର ୫ ଓ ତ୍ରୀପାଠି ଗୋଟିଏ ଫର୍ମ ଜମା କରିଥିଲେ। ମସ୍ତ୍ରୀ କହିଛନ୍ତି, ତ୍ରୀପାଠିଙ୍କ ଫର୍ମ ଖାରଜ କରାଯାଇଛି। କାରଣ ତାଙ୍କର ଜଣେ ପ୍ରସ୍ତାବକଙ୍କ ହସ୍ତାକ୍ଷର ମେଳ ଖାଉନଥିଲା ଏବଂ ଦ୍ୱୀତିୟ  ପ୍ରସ୍ତାବଙ୍କ ହସ୍ତାଖର ଦୁଇଥର ରହିଥିଲା। ସୂଚନା ଥାଉକି, ତ୍ରୀପାଠି ଝାଡ଼ଖଣ୍ଡରେ କଂଗ୍ରେସ ବିଧାୟକ ରହିଛନ୍ତି। ସେ ରାଜ୍ୟର ପୂର୍ବତନ ମନ୍ତ୍ରୀ ମଧ୍ୟ ରହିଥିଲେ।

ମିସ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ପ୍ରାର୍ଥୀ ୮ ଅକ୍ଟୋବର ଯାଏ ପ୍ରତ୍ୟାହାର କରିପାରିବେ। ଯଦି କେହି ପ୍ରାର୍ଥୀ ପ୍ରତ୍ୟାହର ନ କରିବେ ତେବେ ନିର୍ବାଚନ ହେବ ବୋଲି ମିସ୍ତ୍ରୀ କହିଛନ୍ତି।