ପ୍ରମୂଖ ଖବର
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆରଆଇ ଓ ଅମିନ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି : ୭୨ ଘଣ୍ଟା ସମୟ ଦେଲା କଂଗ୍ରେସ, ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବ

Published By : Rasmita Pradhan | November 13, 2024 1:27 PM

ଭୁବନେଶ୍ଵର, ୧୩/୧୧ : ଆରଆଇ ଓ ଅମିନ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ପରୀକ୍ଷା ବାତିଲ ନକଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସର। ୭୨ ଘଣ୍ଟା ମଧ୍ୟରେ ପଦକ୍ଷେପ ନିଆନଗଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ଘର ଘେରାଉ କରିବା ଏବଂ ଅଣ୍ଡା ମାଡ଼ କରିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।  

କଂଗ୍ରେସ ଅଭିଯୋଗ କରିଛି ଯେ, ଆରଆଇ ଓ ଅମିନ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଛି। ସିବିଆଇ ତଦନ୍ତ ଚାଲିଥିବା କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଛି। ବାର୍ ତଳେ ଚାଲିଛି, ଉପରେ ପରୀକ୍ଷା ହେଉଛି। ସରକାରଙ୍କ ନିଦ ଭାଙ୍ଗୁନି। ପରୀକ୍ଷା ବାତିଲ ନକଲେ ଆନ୍ଦୋଳନ ବ୍ୟାପକ ହେବ। ଗୋଟିଏ ସମୟରେ ଗୋଟିଏ ପ୍ରଶ୍ନ ପତ୍ରରେ ପରୀକ୍ଷା ହେଉ। ନଚେତ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରିବ। ଘରୁ ବାହାର କରିଦେବନି। 

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମଲେଖା ଦୁର୍ନୀତି ହୋଇଛି। ପରୀକ୍ଷାରେ ସ୍ୱଛତା ନାହିଁ। ଆରଆଇ, ଅମିନ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ମନ୍ତ୍ରୀ ମାନୁଛନ୍ତି। ହେଲେ ପଦକ୍ଷେପ ନେଉ ନାହାଁନ୍ତି। ୭୨ ଘଣ୍ଟା ସମୟ ଦେଲୁ। ନହେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.