PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ଜମ୍ମୁ-କଶ୍ମୀର ପହଞ୍ଚି ରାହୁଲ କହିଲେ- ମୁଁ ଗୁଲାମ ନବୀ ଆଜାଦଙ୍କୁ କ୍ଷମା ମାଗୁଛି…

ଶ୍ରୀନଗର,୨୪।୧: ଜମ୍ମୁ-କଶ୍ମୀରରେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ ଯାତ୍ରା’ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ରାହୁଲ ଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ଓ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଦେଇଥିବା ବୟାନ ତାଙ୍କ ନିଜର। ଯାହା ଦିଗବିଜୟ କହିଛନ୍ତି, ସେଥିରେ ଆମେ ସହମତ ନୁହେଁ। ରାହୁଲ କହିଛନ୍ତି, ମୋତେ ସେନା ଉପରେ ପୁରା ଭରସା ରହିଛି। ଦେଶର ସେନା ଯାହାବି  ଅପରେସନ୍ କରୁଛି, ଏହାର ପ୍ରମାଣ ଦେବା ଦରକାର ନାହିଁ। କେବଳ ସେତିକି ନୁହେଁ ରାହୁଲ ଏହି ସମୟରେ ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ କ୍ଷମା ମାଗିଥିଲେ। ରାହୁଲ କହିଛନ୍ତି, ଯଦି ମୁଁ କେବେ ଗୁଲାମ ନବୀ ଆଜାଦ ଓ ଚୌଧୁରୀ ଲାଲ ସିଂହଙ୍କୁ ଦୁଃଖ ଦେଇଛି, ତେବେ ତାଙ୍କୁ କ୍ଷମା ମାଗୁଛି।

ଉଲ୍ଲେଖନୀୟ ଯେ,  କଂଗ୍ରେସ ନେତା ଦିଗ ବିଜୟ ସିଂହ ମଙ୍ଗଳବାର ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆମର ସିଆରପିଏଫର ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ସିଆରପିଏଫ୍‌ର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ,ସବୁ ଯବାନଙ୍କୁ ଏୟାର ଲିଫ୍ଟ କରାଯାଉ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କଥା ଶୁଣିନଥିଲେ। ଏଭଳି ଭୁଲ କିପରି ହେଲା? ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ପୁଲଓ୍ବାମା ଉପରେ ସଂସଦରେ କୌଣସି ରିପୋର୍ଟ ରଖାଯାଇ ନାହିଁ। ସେ ଦାବି କରିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି, କିନ୍ତୁ ପ୍ରମାଣ ଦେଖାଇଲେ ନାହିଁ। ଏହା (ବିଜେପି) ଖାଲି ମିଛ ପ୍ରଚାର କରେ।

ଜମ୍ମୁରେ ସମ୍ବାଦିକ ସମ୍ମିଳନୀ ବେଳେ ରାହୁଲଙ୍କୁ ଏନେଇ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ ସେ କହିଥିଲେ ଏହା ଦିଗବିଜୟ ସିଂହଙ୍କ ବ୍ୟକ୍ତିଗତ ବୟାନ। ମୁଁ ତାଙ୍କ ବୟାନ ଉପରେ ସହମତ ନୁହେଁ। ମୋତେ ଦେଶର ସେନା ଉପରେ ଭରସା ରହିଛି। ରାହୁଲ କହିଛନ୍ତି, କଂଗ୍ରେସ ପାର୍ଟି ଦେଶକୁ ସ୍ବାଧୀନତା ଦେଇଛି। ଦେଶର ସବୁ ସଂସ୍ଥା ତିଆରି କରିଛି। କଂଗ୍ରେସର ବିଚାରଧାରା ସହିତ ଦେଶ ଗଠନ ହୋଇଛି। ଯେତେବେଳେ ଆମେ ଇଂରେଜଙ୍କ ସହ ଲଢୁଥିଲୁ, ସେତେବେଳେ ବିଜେପି ଓ ଆରଏସଏସ୍‌ର ଲୋକେ ଇଂରେଜଙ୍କ ସାଥ୍ ଦେଇଥିଲେ।