ନୂଆଦିଲ୍ଲୀ,୮।୧୨: ପଞ୍ଜାବ ରାଜନୀତିରେ ବଡ଼ ଧରଣର ଘଟଣାକ୍ରମ ଦେଖିବାକୁ ମିଳିଛି। ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କ କଂଗ୍ରେସରୁ ସସ୍ପେଣ୍ଡ। ପଞ୍ଜାବ କଂଗ୍ରେସ କମିଟିର ଅଧ୍ୟକ୍ଷ ପୂର୍ବତନ କଂଗ୍ରେସ ବିଧାୟିକା ନଭଜୋତ କୌର ସିଦ୍ଧୁଙ୍କୁ ପାର୍ଟିରୁ ନିଲମ୍ବିତ କରିଥିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ହଠାତ୍ ନୁହେଁ, ବଂର ଗତ କିଛି ସମୟ ଧରି ଚାଲିଥିବା ବିବାଦ ଓ ଦଳରୁ ଅଲଗା ଯାଇ ସାର୍ବଜନୀନ ବୟାନବାଜି ଆଧାରରେ ନିଆଯାଇଛି।

ନଭଜୋତ କୌର ସିଦ୍ଧୁ କହିଥିଲେ ପଞ୍ଜାବ କଂଗ୍ରେସ ଭିତରେ ସିଏମ୍ ସିଠ୍ ଓ ଟିକେଟ ପାଇଁ କୋଟି କୋଟି ଟଙ୍କାର ଡିଲ୍ ହୁଏ। ୬ ଡିସେମ୍ବରରେ ତାଙ୍କ ବୟାନ ପରେ ରାଜନୈତିକ ପରିବେଶ ଖୁବ୍ ସରଗରମ ହୋଇଥିଲା। ଦୁଇ ଦିନ ଭିତରେ କଂଗ୍ରେସ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନଭଜୋତ କୌର ଅଭିଯୋଗ କରିଥିଲେ, ତରନତାରନ୍ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କରଣବୀର ସିଂହ ବୁର୍ଜଙ୍କୁ ଟିକେଟ ଦେବା ପାଇଁ ୫ କୋଟି ଟଙ୍କା ନିଆଗଲା ଓ ମୋଟ ୧୧ କୋଟି ଟଙ୍କା ପର୍ଯ୍ୟନ୍ତ ଏହା ପହଁଞ୍ଚିଥିଲା। ତାଙ୍କର ଦାବି ଅନୁସାରେ, ଏହି କାମ ବରିଷ୍ଠ ନେତାଙ୍କ ଜାଣତରେ ହୋଇଛି ଓ ବହୁ ପରିଷଦ ଏ ବିଷୟରେ ଦେବାକୁ ଦେବାକୁ ବି ପ୍ରସ୍ତୁତ ଅଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ପାଖରେ କଲ୍ ରେକର୍ଡିଂ ରହିଛି।

ତାଙ୍କର ଅଭିଯୋଗ ପରେ ବିରୋଧି ତୁରନ୍ତ ପ୍ରତିକ୍ରିୟା ଦେଇଥିଲା। ପଞ୍ଜାବ ବିଜେପି ଅଧ୍ୟକ୍ଷ ସୁନିଲ ଜାଖଡ, ଯିଏ ପୂର୍ବରୁ କଂଗ୍ରେସରେ ଥିଲେ, ସେ କହିଥିଲେ ମୁଁ ମଧ୍ୟ ଏଭଳି ଚର୍ଚ୍ଚା ଶୁଣିଛି। କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଦାବି କରିଥିଲେ କଂଗ୍ରେସରେ ୨୦୦୪ ପରେ ସବୁ ଜିନିଷ ବିକ୍ରି ହେଉଛି। ଆପ୍ର ମନ୍ତ୍ରୀ ହରପାଲ୍ ସିଂହ ଚିମା ପ୍ରଶ୍ନ କରିଥିଲେ କଂଗ୍ରେସ ଓ ବିଜେପି ଦୁହେଁ କାହିଁକି ଚୁପ୍ ଥିଲେ। ତେବେ କଂଗ୍ରେସ ବହୁ ନେତା ଏହି ଅଭିଯୋଗକୁ ଭୁଲ ବୋଲି କହିଥିଲେ। କଂଗ୍ରେସ ନେତା ପ୍ରଗଟ ସିଂହ କହିଥିଲେ ଏହା ନଭଜୋତ କୌରଙ୍କ ନିଜସ୍ବ ରାୟ। କଂଗ୍ରେସ ସାଂସଦ ସୁଖଜିନ୍ଦର ସିଂହ ରାନ୍ଧଓ୍ବା କହିଥିଲେ ଏଭଳି କଥା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ପାର୍ଟି ବିରୋଧି। ଯଦି ଏତେ ବଡ଼ ଭ୍ରଷ୍ଟାଚାର ଥିଲା, ତେବେ ବହୁ ବର୍ଷ ପର୍ଯ୍ୟନ୍ତ କାହିଁକି ଚୁପ୍ ଥିଲେ।