ଭୁବନେଶ୍ଵର, ୧୭/୦୧ : ବିଜେଡିକୁ ଭାଙ୍ଗିବାକୁ ହୋଇଥିଲା ଷଡ଼ଯନ୍ତ୍ର। ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ମିଡ୍ ଡେ ଅପରେସନ ବି ଫେଲ୍ ହେଲା। ଏବେ ମିଡ୍ ଇଭିନିଂ ଅପରେସନ ବି ଫେଲ୍ ମାରିବ। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ଯେ, ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଅଂଶ ବିଶେଷ ଥିଲେ। ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ ଥିଲେ। କିଛି କୁଚକ୍ରୀ ଦଳକୁ ଦୁର୍ବଳ କରିବାକୁ ଲାଗିଛନ୍ତି। ବିଜୟ ମହାପାତ୍ର ସେମାନଙ୍କୁ ବ୍ୟାକଅପ୍ ଦେଉଥିଲେ। ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
ଲେନିନ୍ ପୁଣି କହିଛନ୍ତି ଯେ, ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କେବେ କହିନାହାନ୍ତି ଦଳ ଭାଙ୍ଗୁ ବୋଲି କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକତା ପାଇଁ ନିଲମ୍ବନ ହେଲେ। ମାସ ମାସ ଧରି ବିଚାର କରିବା ପରେ ଏହା ସତ ପ୍ରମାଣିତ ହୋଇଥିଲା। ତାପରେ ସଭାପତି କାର୍ଯ୍ୟାନୁଷ୍ଠାନ ନେଲେ। କିଏ ବ୍ୟାକଅପ୍ ଦେବ, କିଏ ସଙ୍ଗଠିତ କରିବ ଆଉ କିଏ କାର୍ଯ୍ୟକାରୀ କରିବ, ସେ ତିନି ଜଣଙ୍କ ଭିତରେ ବଣ୍ଟାଯାଇ ଥିଲା।
ଏହି ଖବରଟିକୁ ପଢନ୍ତୁ- ବିଜେଡି ନିଲମ୍ବନ ରାଜନୀତି : ଏତିକିରେ ଅଟକିବେ କି ନବୀନ ? ନା ଆଉ କିଛି ବଡ଼ ନେତାଙ୍କ ଉପରେ ପଡ଼ିବ କାର୍ଯ୍ୟାନୁଷ୍ଠାନ ପ୍ରହାର...