ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଚ୍ଛପ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି ସବ୍ ସେଣ୍ଟର ବିଲଡିଙ୍ଗ; ୨୭ରୁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୨ଟି ବିଲଡିଙ୍ଗ

Published By : Bijay Swain | July 9, 2025 9:59 PM

କେସିଙ୍ଗା, ୯/୭(ଆପ୍ର): ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ଗୋଟିଏ ସବ୍ ସେଣ୍ଟର ବିଲଡିଙ୍ଗ ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଛି ।‌ ଏଥିପାଇଁ ଅନୁଦାନ ଯୋଗାଇ ଦିଆଯାଉଛି ହେଲେ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଧାର୍ଯ୍ୟ ସମୟ ଅବଧି ଭିତରେ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଠିକାଦାରଙ୍କ ମର୍ଜିରେ ବିଲଡିଙ୍ଗ ନିର୍ମାଣ କାମ ଚାଲୁଛି ଏବଂ ତାହା ନିମ୍ନମାନର କାମ ହେଉଥିବା ନେଇ ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି।‌ 

ଖବର ସଂଗ୍ରହରୁ ପ୍ରକାଶ ଯେ, ଗତ ୨୦୨୩-୨୪ ବର୍ଷର ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ ସବ୍ ସେଣ୍ଟର ବିଲଡିଙ୍ଗ ନିର୍ମାଣ ପାଇଁ କେସିଙ୍ଗା ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟେଣ୍ଡର ଡକାଯାଇଥିଲା । ଗତ ୨୦୨୪ ଜାନୁଆରୀ ମାସରେ ଟେଣ୍ଡର ହୋଇଥିଲା ଏବଂ ଏଥିରେ ୨୭ ଗୋଟି ସବ୍ ସେଣ୍ଟର ବିଲଡିଙ୍ଗ ରହିଥିଲା । ଏଥିମଧ୍ୟରୁ କେସିଙ୍ଗା ବ୍ଲକର ୧୨ ଗୋଟି, ନର୍ଲା ବ୍ଲକର ୭ ଗୋଟି, ମ.ରାମପୁର ବ୍ଲକର ୮ ଗୋଟି ଏବଂ କର୍ଲାମୁଣ୍ଡା ବ୍ଲକର ୨ ଗୋଟି ବିଲଡିଙ୍ଗ ରହିଥିବା ଜଣାପଡିଛି। ଗୋଟିଏ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ପାଇଁ ୫୫ ଲକ୍ଷ ଟଙ୍କାର ଅନୁଦାନ ରହିଥିଲା । ଟେଣ୍ଡର ଠିକାଦାରଙ୍କ ନାମରେ ଗତ ୨୦୨୪ ମାର୍ଚ୍ଚ ମାସରେ ଏଗ୍ରିମେଣ୍ଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା । 

ତେବେ ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାର ମାନଙ୍କ ନାମରେ ଏଗ୍ରିମେଣ୍ଟ କରିବାର ଆଜକୁ ୧୭ ମାସ ବିତିଯାଇଥିଲେ ସୁଦ୍ଧା ବିଲଡିଙ୍ଗ କାମ ଗୁଡିକ ସମ୍ପୂର୍ଣ୍ଣ ହୋଇପାରି ନାହିଁ । କେବଳ ମ.ରାମପୁର ବ୍ଲକର ଅଲାତରା ଏବଂ ସାଲେପାଲି ପଞ୍ଚାୟତର ସବ୍ ସେଣ୍ଟର କାମ ସମ୍ପୁର୍ଣ୍ଣ ହୋଇଥିବା ଜଣାପଡିଛି । ବାକି ଅନ୍ୟ ସବ୍ ସେଣ୍ଟର ବିଲଡିଙ୍ଗ ନିର୍ମାଣ କାମ କେଉଁଠି ପ୍ଲିନ୍ଥ ଲେଭେଲ, ଫାଉଣ୍ଡେସନ ଷ୍ଟେଜ, ଛାତ ପଡି ଫିନିସିଙ୍ଗ ଷ୍ଟେଜରେ ପଡିରହିଥିବା ବେଳେ କେସିଙ୍ଗା ବ୍ଲକର ଫଟକାମାଲ ଓ ସିର୍ଜାପାଲି, ମ.ରାମପୁର ବ୍ଲକର ବମକ ଏବଂ କର୍ଲାମୁଣ୍ଡା ବ୍ଲକର ରିଞ୍ଜା ଠାରେ ସବ୍ ସେଣ୍ଟର ବିଲଡିଙ୍ଗ ନିର୍ମାଣ ପାଇଁ ସରକାରୀ ଜାଗା ମିଳୁନଥିବା ଯୋଗୁଁ କାମ ଆରମ୍ଭ ହେବାରେ ସମସ୍ୟା ରହିଥିବା ଜଣାପଡିଛି।‌

ସବ୍ ସେଣ୍ଟର ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିମଳ ଭୋଇଙ୍କୁ ପଚାରିବାରୁ ସରକାରୀ ଜାଗା ମିଳୁନଥିବା ଯୋଗୁଁ ୪ ଗୋଟି ସ୍ଥାନରେ କାମ ଆରମ୍ଭ ହୋଇପାରି ନାହିଁ ସେଥିପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଚିଠି କରାଯାଇଛି ବୋଲି କହିଛନ୍ତି । ତେବେ ୪ ଗୋଟି ସ୍ଥାନରେ ଜାଗା ସମସ୍ୟାର ସମାଧାନ କେବେ ଏବଂ ନିର୍ମାଣ କାମ କେବେ ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.